ହକି ୱାର୍ଲ୍ଡ କପ୍ ଟ୍ରୋଫିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ହକି ୱାର୍ଲ୍ଡ କପ୍ ଟ୍ରୋଫି ରଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଠାରେ ହକି ୱାର୍ଲ୍ଡ କପ ଟ୍ରୋଫି ରଥ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଏଡିଏମ୍ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ମୋହନା ବିଡ଼ିଓ ତପସ୍ପନି ହାଂସଦା ଅତିରିକ୍ତ ତହସିଲଦାର ହିମାଂଶୁ ପଲାଇ, ଆର. ଉଦୟଗିରି ଅତିରିକ୍ତ ତହସିଲଦାର ରାଜେଶ୍ କୁମାର ମହାପାତ୍ର ବିଡ଼ିଓ ଲରିମୋହନ ଖସଲ, ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା ଓ ଗୁମା ବିଡ଼ି ଅନୁପ ଅଭିଷେକ ବେହେରା, ରାୟଗଡ଼ ବିଡ଼ିଓ ରାଜା ରଞ୍ଜିତ ପ୍ରତାପ ବଳ ଓ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ କରିଥିଲେ । ଏଥିରେ ମହିଳା ସଂଗ ପକ୍ଷରୁ ବହୁ ମହିଳା ଯୋଗଦେଇ ଥିବା ବେଳେ ପୋଲିସ୍ ସୁରକ୍ଷାରେ ଟ୍ରଫି ରଥ ଆର.ଉଦୟଗିରି ପହଞ୍ଚିବା ପରେ ଆର. ଉଦୟଗିରି ବ୍ଲକ୍ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇ ବଜାର ରେ ସଭା ଯାତ୍ରା ରେ ନିଆଯାଇଥିଲା ଏଥିରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ବ୍ଲକ୍ ଅଧ୍ୟକ୍ଷ ଉପସ୍ଥିତ ଥିଲେ