ହଜାରେ ଲୋକଙ୍କୁ ନିଯୁକ୍ତି ଦେବ ୩୬ଠ-ରିୟଲ୍ଟର୍ସ

ନୂଆଦିଲ୍ଲୀ, (ଏଜେନ୍ସି): ସମ୍ପତ୍ତି ବ୍ରୋକ୍ରେଜ୍ କମ୍ପାନୀ ୩୬୦ ରିୟଲ୍ଟର୍ସ ଚଳିତ ଆର୍ଥିକ ବର୍ଷରେ ହଜାରେ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ । କମ୍ପାନୀର ସଂସ୍ଥାପକ ଏବଂ ପ୍ରବନ୍ଧ ନିଦ୍ଦେର୍ଶକ ଅଙ୍କତ କଂସଲ ଏହି ସୂଚନା ପ୍ରଦାନ କରିଛନ୍ତି । କଂସଲ କହିଛନ୍ତି ଯେ ଦେଶ ବିଦେଶର ନିଜ କାରବାରକୁ ବିସ୍ତାର କରିବା ପାଇଁ କମ୍ପାନୀର ଦୃଷ୍ଟି ଆମେରିକା ବଜାରରେ ଅଧିଗ୍ରହଣ ଉପରେ ରହିଛି । ଗୁରୁଗ୍ରାମର କମ୍ପାନୀ ବର୍ତ୍ତମାନ ଦେଶ ବିଦେଶରେ ୫୦ କାର୍ଯ୍ୟାଳୟରେ ରହିଛି । କମ୍ପାନୀର ବିକ୍ରି ଟିମ୍ର ସଦସ୍ୟଙ୍କ ସଂଖ୍ୟା ହଜାରେ ରହିଛି । ଗତ ଆର୍ଥିକ ବର୍ଷରେ କମ୍ପାନୀର ଆମଦାନୀ ୪୬% ବୃଦ୍ଧି ପାଇ ୧୫୨କୋଟି ଟଙ୍କାରେ ପହଞ୍ଚିଛି । ଆର୍ଥିକ ବର୍ଷ ୨୦୧୮-୧୯ରେ କମ୍ପାନୀ ୪୧୦୦କୋଟି ଟଙ୍କାରେ ୬ହଜାର ୟୁନିଟ୍ର ବିକ୍ରି କରିଛି । ଅଙ୍କିତ କଂସଲ କହିଛନ୍ତି ଯେ କମ୍ପାନୀ ଚଳିତ ଆର୍ଥିକ ବର୍ଷରେ ୧୨ହଜାର ୟୁନିଟ୍ର ବିକ୍ରି ଲକ୍ଷ୍ୟ ରଖିଛି । ଏଥିପାଇଁ କମ୍ପାନୀକୁ ଅଧିକ କର୍ମଚାରୀଙ୍କ ଆବଶ୍ୟକତା ରହିଛି । ଯେଉଁଥିପାଇଁ କମ୍ପାନୀ ଚଳିତ ବର୍ଷ ଅଧିକ ହଜାରେ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ମୂଲ୍ୟ ହିସାବରୁ କମ୍ପାନୀର ୩୦% ବିକ୍ରି ପ୍ରବାସୀ ଭାରତୀୟ(ଏନ୍ଆର୍ଆଇ)ଙ୍କ ଠାରୁ ଆସିଥାଏ । ଏପରି ସ୍ଥଳେ କମ୍ପାନୀ ଭାରତୀୟ ସମ୍ପତ୍ତିଗୁଡ଼ିକର ବିପଣନ ପାଇଁ ଆମେରିକାରେ ଏକ ବ୍ରୋକ୍ରେଜ୍ କମ୍ପାନୀର ଅଧିଗ୍ରହଣ ସମ୍ଭାବନାର ସନ୍ଧାନ କରୁଛି । ଏଥିପାଇଁ ଭାରତୀୟ ସମ୍ପତ୍ତିକୁ ଆମେରିକାରେ ବିକ୍ରି କରୁଥିବା କିଛି ଆମେରିକା ସ୍ଥିତ ବ୍ରୋକ୍ରେଜ୍ କମ୍ପାନୀଗୁଡ଼ିକ ସହିତ ଆଲୋଚନା କରାଯାଉଛି । ଦେଶରେ ରିୟଲ ଏଷ୍ଟେଟ୍ ବଜାର ସମ୍ବନ୍ଧରେ କଂସଲ କହିଛନ୍ତି ଯେ ନିୟାମକୀୟ ସୁଧାର ଓ ଉନ୍ନତ ଆର୍ଥିକ ବୃଦ୍ଧି ଦୃଷ୍ଟିରୁ ରିୟଲ୍ ଇଷ୍ଟେଟ୍ ବଜାର ପୁଣି ଥରେ ବୃଦ୍ଧି ଦିଗରେ ଆଗକୁ ବଢ଼ିବାରେ ଲାଗିଛି । ଏଥିସହିତ ଡେଭଲ୍ପର ମଧ୍ୟ କେତେକ ଆକର୍ଷକ ଯୋଜନା ସହିତ ବଜାରକୁ ଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ