ହଜାର ହଜାର ଦୀପରେ ଝଲସିବ ଶ୍ରୀରାମ ନଗରୀ
(ଯୁଗାବ୍ଦ ନ୍ୟୁଜ )ପବିତ୍ର ଦୀପାବଳୀ ଅବସରରେ ଭଗବାନ ଶ୍ରୀରାମଙ୍କ ନଗରୀରେ ଶନିବାର ଦୀପ ଉତ୍ସବର ଆୟୋଜନ ହେଉଛି । ଅଯୋଧ୍ୟାର ୧୨ଟି ଘାଟରେ ୫ ଲକ୍ଷ ୫୧ ହଜାର ଦୀପ ଜଳିବ । ଏଥି ପାଇଁ ଯୋଗୀ ସରକାର ବ୍ୟାପକ ଆୟୋଜନ କରିଛନ୍ତି । ଏଥି ସହିତ ରାଜ୍ୟ ସରକାର ୨୨୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । କାର୍ୟ୍ୟକ୍ରମରେ ରାଜ୍ୟପାଳ ଆନନ୍ଦୀବେନ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଫିଜି ଗଣରାଜ୍ୟର ଉପସଭାପତି ଏବଂ ସାଂସଦ ବିଣା ଭଟନାଗର ଓ ରାଜ୍ୟର ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବେ । ସୂଚନା ଅନୁସାରେ ଅଯୋଧ୍ୟାରେ ଶନିବାର ପୂର୍ବାହ୍ଣ ୧୦ଟାରୁ ୨ଟା ମଧ୍ୟରେ ଶ୍ରୀରାମଙ୍କ ସଂପର୍କୀତ ବିଭିନ୍ନ ମେଢ଼ର ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଦେଶରୁ ଶିଳ୍ପୀ ଭାଗ ନେବେ । ମୁଖ୍ୟମନ୍ତ୍ରୀ ଅପରାହ୍ଣ ୩ଟା ୪୫ରୁ ୪ଟା ମଧ୍ୟରେ ଶୋଭାର ଅବଲୋକନ କରିବେ ।


