ମାଡ଼ି ଆସୁଛି ବାତ୍ୟା ‘କିଆର୍’
(ଯୁଗାବ୍ଦ ନ୍ୟୁଜ) କିଆର୍ ନାମକ ସାମୁଦ୍ରିକ ଝଡ଼ ପୂର୍ବ କେନ୍ଦ୍ରୀୟ ଆରବସାଗର ଉପରେ ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏହା ରତ୍ନଗିରିଠାରୁ ୨ଶହ କିମି ତଥା ମୁମ୍ବାଇଠାରୁ ୩ଶହ୧୦ କିମି ଦୂରରେ କେନ୍ଦ୍ରୀଭୂତ ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପଶ୍ଚିମ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ପ୍ରଭାବରେ କର୍ଣ୍ଣାଟକ ରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। କର୍ଣ୍ଣାଟକ, ଗୋଆ ଏବଂ ଦକ୍ଷିଣ କୋଙ୍କଣର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ସ୍ୱଳ୍ପରୁ ମଧ୍ୟ ଧରଣର ବୃଷ୍ଟିପାତ ହେବ।ସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସ୍ଥିତି ଏଭଳି ଖରାପ ରହିବ ।ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହିତ ମାଛଧରା ଡଙ୍ଗାଗୁଡ଼ିକୁ ସମୁଦ୍ରକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ଏଠାକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଶହେରୁ ଅଧିକ ମାଛଧରା ଡ଼ଙ୍ଗାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।


