ହଟିବ ମିଗ୍ -୨୭ ଯୁଦ୍ଧ ବିମାନ
ଯୋଧପୁର- ଭାରତର ଲଢୁଆବିମାନ ମିଗ୍- ୨୭ ଏବେ ଇତିହାସ ପାଲଟିବ । ଗୁରୁବାର ବାୟୁସେନାରୁ ମିଗ୍-୨୭ ଯୁଦ୍ଧ ବିମାନକୁ ବିଦାୟ ଦିଆଯିବ। ଶେଷଥର ପାଇଁ ଏହା ଯୋଧବୁର ଏୟାର ବେସ୍ ରୁ ଉଡ଼ାଣ କରିବା ପରେ ଏହାକୁ ଭାରତୀୟ ବାୟୁସେନାରୁ ବିରତି ଦିଆଯିବ । ଅନେକ ସମୟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ବାୟୁସେନା ପକ୍ଷରୁ ଏହାକୁ ସେବାରୁ ହଟାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ୧୯୮୦ରେ ତତ୍କାଳୀନ ସୋଭିଏତ୍ ସଂଘ ପକ୍ଷରୁ କିଣା ଯାଇଥିଲା। ଗତ ୩୦ ବର୍ଷ ଧରି ଏହା ବାୟୁସେନା ସେବାରେ ରହିଥିଲା।