ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଛତ୍ରପୁର,(ଦେବଦତ୍ତ ମହାରଣା): ମୋ ମା’ଙ୍କୁ ଯିଏ ମାରିଛି, ତାକୁ ଫାଶୀଦଣ୍ଡ ଦିଆଯାଉ ଏବଂ ଆମକୁ ଉଚିତ ନ୍ୟାୟ ପ୍ରଦାନ କରାଯାଉ । ଆମକୁ ସରକାରଙ୍କ ପକ୍ଷରୁ ଚଳିବା ନିମନ୍ତେ ସାହାଯ୍ୟ ପ୍ରଦାନ କରାଯାଉ । ଏଭଳି କୋହଭରା କାନ୍ଦରେ କାନ୍ଦି କାନ୍ଦି ଶୁକ୍ରବାର ରମ୍ଭା ଥାନା ଅନ୍ତର୍ଗତ ନିମିଶୁଳା ଗ୍ରାମର  ବିବାହିତା ମହିଳା ମୃତ  ରମା ପ୍ରଧାନଙ୍କ ଝିଅ ତମାଳ ପ୍ରଧାନ ଛତ୍ରପୁର ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାକୁତି ମିନତି ହେବା ସହ ନ୍ୟାୟ ପ୍ରଦାନ ଦାବି ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ନିଜ ଗୁହାରି କରିଛନ୍ତି । ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଆଜି ମୃତ ରମା ପ୍ରଧାନଙ୍କ ପରିବାର ବର୍ଗଙ୍କୁ ଉଚିତ ନ୍ୟାୟ ପ୍ରଦାନ ସହ ରମା ପ୍ରଧାନଙ୍କୁ ବଳାତ୍କାର କରି ହତ୍ୟା କରିଥିବା ଆସାମୀ ମାନଙ୍କୁ ଗିରଫ କରିବା ଦାବି ନେଇ ସ୍ଥାନୀୟ ଅରବିନ୍ଦ ସ୍କୁଲ ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ମହିଳାମାନେ ହାତରେ  ପ୍ଲାକାର୍ଡ଼ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ  ରମା ପ୍ରଧାନଙ୍କ ହତ୍ୟା ପ୍ରାୟ ମାସେ ହୋଇଥିଲେ ସୁଦ୍ଧା ରମ୍ଭl  ପୁଲିସ ଜାଣିଶୁଣି ଆସାମୀମାନଙ୍କୁ ଘଂଟ ଘୋଡ଼ାଉଛି ବୋଲି ସମିତି  ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ରମ୍ଭା ପୁଲିସ ନାମକୁ ମାତ୍ର ଜଣେ ଆସାମୀକୁ ଗିରଫ କରି କେସ୍ ମାଇଲେଜ ନେବା ନିମନ୍ତେ ଅନ୍ୟ ଆସାମୀମାନଙ୍କୁ ଏ ପର୍ଯ୍ୟନ୍ତ ଧରୁନାହିଁ । ତେଣୁ ରମ୍ଭା ଥାନାଧିକାରୀଙ୍କ ବହିଷ୍କାର ଦାବି କରିଛନ୍ତି ସମିତିର ମହିଳା, ରମା ପ୍ରଧାନଙ୍କୁ ଗତ ୧୩.୯.୨୦୨୦ ରିଖ ଦିନ ବଳାତ୍କାର ଓ ପରେ ହତ୍ୟା କରି ଏକ ଗଛରେ ଝୁଲାଇଦେଇଥିବା କୁହାଯାଇଛି । ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପୁଲିସ ଓ ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ସମିତି ପକ୍ଷରୁ ଦାବି କରାଯାଇଛି । ଏହାସହ ହାଥରସରେ ଦଳିତ ମହିଳାଙ୍କୁ ବଳାତ୍କାର କରି ହତ୍ୟା କରିଥିବା ଘଟଣାକୁ ସମିତି ପକ୍ଷରୁ ତୀବ୍ର ନିନ୍ଦା କରିବା ସହ ଦଳିତ ପରିବାରଙ୍କୁ ଉଚିତ ନ୍ୟାୟ ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବା ସହ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି । ଏ ନେଇ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ (ସାଧାରଣ)ଙ୍କୁ ଭେଟି ଦୁଇଟି ଘଟଣାର ପୃଥକ ପୃଥକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ଜିଲ୍ଲା ସଭାନେତ୍ରୀ ଜୟନ୍ତିବାଳା ମିଶ୍ର, ସମ୍ପାଦିକା ବିଷ୍ଣୁପ୍ରିୟା ସାହୁ, ମୃତ ରମା ପ୍ରଧାନଙ୍କ ଝିଅ ତମାଳ ପ୍ରଧାନ, ଜିଲ୍ଲା କମିଟି ସଭ୍ୟା ଗାୟତ୍ରୀ ଗୌଡ଼, ମହାଲକ୍ଷ୍ମୀ ପ୍ରଧାନ, ଉର୍ମିଳା ପ୍ରଧାନ,  ଓଡ଼ିଶା ଦଳିତ ଶୋଷଣ ମୁକ୍ତି ମଂଚର ରାଜ୍ୟ ଆବାହକ ରାମଚନ୍ଦ୍ର ନାୟକ, ସଭ୍ୟ ବାପିନ ନାୟକ, ସିପିଆଇଏମ ପାର୍ଟିର ଜିଲ୍ଲା ସମ୍ପାଦକ କୈଳାଶ ଷଡ଼ଙ୍ଗୀ, କୃଷକ ସଭାର ରାଜ୍ୟ ଉପସଭାପତି ପି .ହରିକୃଷ୍ଣ ରେଡ୍ଡି, ଜିଲ୍ଲା ସଭାପତି ଗୋପାଳ ପାଣିଗ୍ରାହୀ, ସିପିଏମ ନେତା ବସନ୍ତ ନନ୍ଦଙ୍କ ସମେତ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ସଭ୍ୟା ଏବଂ ନିମିଶୁଳା ଗ୍ରାମର ସମସ୍ତ ମହିଳା ସମିତିର ସଭ୍ୟା ଓ ଗ୍ରାମ୍ୟ କମିଟିର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ