ହତ୍ୟା ଉଦ୍ୟମ ଦୁଇ ଭାଇ ଗଲେ ଜେଲ

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ ନୂଆପଡ଼ା ଗାଁ ର ଦୁଇ ଭାଇ ବି. ଶ୍ୟାମସୁନ୍ଦର ଏବଂ ବି. ଶ୍ରୀରାମୁଲୁ ଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଉଭୟଙ୍କୁ ହତ୍ୟା ଉଦ୍ୟମ ମାମଲା ରେ ଗିରଫ କରାଯାଇଥିବା ଆଇ ଆଇ ସି ମାଧବାନନ୍ଦ ନାୟକ କହିଛନ୍ତି।ଥାନା ମାମଲା ନଂ. ୧୦୮/୨୦ ଦଫା – ୨୯୪/୩୦୭/ ୩୨୩/୩୨୪/୩୪୧/୩୪ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।ନୂଆପଡ଼ା ଗ୍ରାମ ନୂଆସାହି ର ମୋହନ ଗୌଡ ତାଙ୍କ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ଶନିବାର ରାତି ପ୍ରାୟ ୧୦ ଟା ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ଶ୍ୟାମସୁନ୍ଦର , ଶ୍ରୀରାମୂଲୁ ଓ ତାଙ୍କ ବାପା ବାଇରି କାତି,ଠେଙ୍ଗା ରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ମୋହନ ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ଏନେଇ ଏତଲା ହେବା ପରେ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା।ଏହି ହତ୍ୟା ଉଦ୍ୟମ ମାମଲା ରେ ସମ୍ପୃକ୍ତ ଥିବା ଅନ୍ୟତମ ଅଭିଯୁକ୍ତ ବି. ବାଇରି ଗିରଫ ଭୟରେ ଫେରାର ଥିବା ତଦନ୍ତକାରୀ ପୋଲିସ ଅଧିକାରୀ ନୂଆପଡ଼ା ଫାଣ୍ଡି ଏ ଏସ ଆଇ କ୍ଷୀରୋଦ ଚନ୍ଦ୍ର ବେହେରା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ