ହଦଗଡରେ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଊତ୍ସବ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହଦଗଡ ଠାରେ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ହଦଗଡଟି ପର୍ଯ୍ରଟନ କ୍ଷେତ୍ର ପାଇଁ ସାରା ରାଜ୍ୟରେ ପ୍ରସିଦ୍ଦି ଲାଭ କରିଥିବାବେଳେ ଏଠାରେ ଦୀର୍ଘବର୍ଷ ହେବ ଏକ ମନ୍ଦିର ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ପୁର୍ଣ୍ଣାଙ୍ଗ ହୋଇପାରୁ ନଥିଲା । ଏବେ ପୁର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ଜେନାଙ୍କ ପ୍ରଚେଷ୍ଟାରେ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଏହି ମନ୍ଦିରକୁ ପୁର୍ଣ୍ଣାଙ୍ଗ କରାଯାଇ ମନ୍ଦିର ପ୍ରତିଷ୍ଠା ଓ ଜଗନ୍ନାଥଙ୍କ ବିଗ୍ରହ ସ୍ଥାପନ କରାଯାଇଛି । ୪ଦିନ ଧରି ଅନୁଷ୍ଠିତ ଏହି ପ୍ରତିଷ୍ଠା କର୍ମପାଇଁ ସାଳନ୍ଦୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ ଗ୍ରାମପରିକ୍ରମା କରାଯିବା ପରେ ଯଜ୍ଞମଣ୍ଡପରେ ସ୍ଥାପନ କରାଯାଇ ପଣ୍ଡିତ ପତିତପାବନ ନନ୍ଦ, ପଣ୍ଡିତ ପ୍ରଫୁଲ କୁମାର ପଣ୍ଡା, ଓମ୍ପ୍ରକାଶ ମିଶ୍ର, ପ୍ରକାଶ କୁମାର ପତି, ପୁର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ବୈଦିକ ରୀତିନୀତି ମତେ ପୂଜାର୍ଚ୍ଚନା କରାଯାଇଥିଲା । ଗତକାଲି ମନ୍ଦିର ପ୍ରତିଷ୍ଠା କରାଯିବା ସହିତ ବିଗ୍ରହନ୍ୟାଶ କରାଯାଇ ମନ୍ଦିର ପ୍ରବେଶ କରାଯାଇଥିଲା । ପୁରୀ ଜଗନ୍ନାଥ ମନ୍ଦିରର ବଡପଣ୍ଡା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପୁଜାପଣ୍ଡା ସାମନ୍ତ, ବରିଷ୍ଠ ଦଇତାପତି ଲୋକନାଥ ଦାସମହାପାତ୍ର, ଦଇତାପତି ଯୋଗେନ୍ଦ୍ର ଦାସମହାପାତ୍ରଙ୍କ ଦ୍ୱାରା ଚତୁର୍ଦ୍ଦା ମୁରତୀଙ୍କୁ ସ୍ଥାପନ କରାଯିବାପରେ ଶ୍ରଦ୍ଦାଳୁ ମାନେ ପୂଜାର୍ଚ୍ଚନା କରିଥିଲେ । ଆଜି ଏହାର ପୁର୍ଣ୍ଣାହୁତୀ ପ୍ରଦାନ କରାଯାଇଛି । ଏହି ଅବସରରେ ଆନ୍ତର୍ଜାତିକ ର ଜିଲ୍ଲା ସଂଗଠକ ତପନ ନାୟକଙ୍କ ନେତୃତ୍ୱରେ ଚାରଣ ଗୋଷ୍ଠୀ ପକ୍ଷରୁ ପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ବେଶ ପ୍ରଦର୍ଶିତ କରାଯିବା ସହ ଜଗନ୍ନାଥଙ୍କ ପୁଷ୍ପ, ଛପନଭୋଗ, ଓ ଜଗନ୍ନାଥଙ୍କ ବସ୍ତ୍ର ପ୍ରଦର୍ଶନୀ କରାଯାଇଥିଲା । ଏହି ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ପିସିସି ସଭପ୍ତି ଜୟଦେବ ଜେନା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଇଂ ରବିନ୍ଦ୍ର କୁମାର ସାହୁ, ସରପଞ୍ଚ ଚିନ୍ମୟ ନାୟକ, ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବାବେଳେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ । ସରପଞ୍ଚ ନିରୁପମା ନନ୍ଦି, ସବିତାରାଣୀ ଜେନା, ସତ୍ୟରଞ୍ଜନ ଜେନା, ସୌମ୍ୟ ରଞ୍ଜନ ଜେନା, ପୁର୍ବତନ ସରପଞ୍ଚ ମଦନ ମୋହନ ନନ୍ଦି, ଅଶୋକ ଜେନା, ବିଜୟ ସେନାପତି, ଅଭିମନ୍ୟୁ ନାଏକଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


