ହଦଗଡ ଓ ଗଡଚଣ୍ଡୀରେ ନୁଆବର୍ଷ ଉପଲକ୍ଷେ ୧୦ହଜାରରୁ ଉର୍ଦ୍ଧ ପର୍ଯ୍ୟଟକଙ୍କ ଭିଡ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ଦୁଇଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହଦଗଡ ଓ ଗଡଚଣ୍ଡୀରେ ନୂଆବର୍ଷ ଉପଲକ୍ଷେ ୧୦ହଜାରରୁ ଉର୍ଦ୍ଧ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ନୁଆବର୍ଷ ପାଇଁ କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ ଜିଲ୍ଲାର ମଧ୍ୟସ୍ଥଳରେ ଥିବା ହାଟଡିହି ବ୍ଲକର ଗଡଚଣ୍ଡୀ ଓ ହଦଗଡ ଆଜି ଲୋକାରଣ୍ୟ ହୋଇଉଠିଥିଲା । ପୁର୍ବରୁ କେବେ ଗୋଟିଏ ଦିନରେ ଏତେ ସଂଖ୍ୟକ ଭିଡ ହୋଇନଥିବାବେଳେ ଚଳିତବର୍ଷ ପର୍ଯ୍ୟଟକଙ୍କ ଭିଡରେ ପର୍ଯ୍ୟଟନସ୍ଥଳୀ ଦୁଇଟି ମୁଖରିତ ହୋଇଉଠିଥିଲା । ହଜାର ହଜାର ଭକ୍ତ ମା ଗଡଚଣ୍ଡୀଙ୍କ ପାଖରେ ପୂଜାର୍ଚ୍ଚନା କରି ନବବର୍ଷକୁ ସ୍ୱାଗତ ଜଣାଇବା ସହିତ ବିଶ୍ୱାସୀଙ୍କ ପାଇଁ ଶୁଭକାମନା କରିଥିଲେ । ଆଜି ସକାଳୁ ସକାଳୁ ନୁଆବର୍ଷକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ହଜାର ହଜାର ପର୍ଯ୍ୟଟକ ବହୁ ଦୁରଦୁରାନ୍ତରୁ ଆସି ଏହି ଦୁଇଟି ପର୍ଯ୍ୟଟନସ୍ଥଳୀରେ ବଣଭୋଜି କରି ଡିଜେ ସାଉଣ୍ଡର ତାଳେ ତାଳେ ନୃତ୍ୟଗୀତରେ ମସଗୁଲ ହୋଇଉଠିଥିଲେ । ଦୁଇଟି ଯାକ ପର୍ଯ୍ୟଟନ ସ୍ଥଳୀରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସୋସୋ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ଗଡଚଣ୍ଡୀ ପୀଠରେ ଗଡଚଣ୍ଡୀ ଯୁବ ପରିଷଦ ପକ୍ଷରୁ ଓ ହଦଗଡ ଠାରେ ହଦଗଡ ପଞ୍ଚାୟତ କମିଟି ଓ ଯୁବକ ସଂଘ ସଦସ୍ୟ ମାନଙ୍କଙ୍କ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ।ସେହିପରି ନିକଟସ୍ଥ ଚକ୍ରତୀର୍ଥରେ ମଧ୍ୟ ହଜାର ହଜାର ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟର ପରିପୁର୍ଣ୍ଣ ବନରାଜିର ଶୋଭାକୁ ମନଭରି ଉପଭୋଗ କରିବା ସହିତ ବଣଭୋଜି କୁଥବବା ଦେଖିବାକୁ ମିଳିିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ