ହଦଗଡ ଠାରେ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ) :ହଦଗଡ ଠାରେ ମାଙ୍କଡମୁଣ୍ଡିଆ ନୋଡାଲ ମଧ୍ୟ ଇଂରାଜି ବିଦ୍ୟାଳୟର ୧୯୮୭ରୁ ୧୯୯୦ ବ୍ୟାଚ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ନିଜ ନିଜର ସଫଳତା ସମ୍ପର୍କରେ ସ୍ମୃତି ବାଣ୍ଟିଥିଲେ । ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭରେ ଗୁରୁବନ୍ଦନା ପାଠ କରିବା ସହିତ ସେମାନଙ୍କ ଅଭିଭାଷଣରେ ସେମାନଙ୍କର ସମସ୍ତ ଶ୍ରେୟ ବିଦ୍ୟାଳୟର ତତ୍କାଳୀନ ଶିକ୍ଷକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦେଇଥିଲେ । ଏହି ଉତ୍ସବରେ ଜନାର୍ଦ୍ଦନ ମହାରଣା, କୁମୁଦୁନି ଟୁଡୁ, ନିରଞ୍ଜନ ପାତ୍ର, ଜୟଶ୍ରୀ ପ୍ରଧାନ, ନରେଶ ପ୍ରଧାନ, ଜ୍ୟୋତିର୍ମୟୀ ପରିଡା, ଗୌରୀ ଶଙ୍କର ପ୍ରଧାନ, ଡମ୍ବରୁ ବାହାଦୁୁର ଛେତ୍ରୀ, ସଞ୍ଜିବ ସାହୁ, ଅଶୋକ ପୃଷ୍ଟି, ପ୍ରମୁଖ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିବାବେଳେ ତତ୍କାଳୀନ ପ୍ରଧାନ ଶିକ୍ଷକ ହରମୋହନ ପଣ୍ଡା, ଅନାଦି ଚରଣ ବିନ୍ଧାଣୀଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବଦ୍ଧିତ କରିଥିଲେ ।