ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ କଳସ ଯାତ୍ରା 

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ବ୍ରହ୍ମପୁର ମହାନଗର ଖାସପ୍ପା ସାହି ଜଗନ୍ନାଥ ମନ୍ଦିର ନିକଟ କୋରିଓ୍ବାରୀ ସାହିରେ ମେଧା ଦକ୍ଷିଣେଶ୍ବର ମନ୍ଦିର ପ୍ରତିଷ୍ଠା ଉତ୍ସବ ୪-୪-୨୦୨୨ ଠାରୁ ୭-୪-୨୦୨୨ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବ।ମୁଖ୍ୟ ପଣ୍ଡିତ ଅଶୋକ ପାଢୀଙ୍କ ଦ୍ବାରା ଅନୁଷ୍ଠିତ ହେବାକୁ ଥିବା ୪ ରି ଦିନ ବ୍ୟାପି ପ୍ରତିଷ୍ଠା ଉତ୍ସବରେ ଅନ୍ନ ଯଜ୍ଞ,ଘୃତ ଯଜ୍ଞ, ନାମ ଯଜ୍ଞ, ବିଗ୍ରହ ପ୍ରତିଷ୍ଠା ସହ ବିଭିନ୍ନ କାର‌୍ୟ୍ୟକ୍ରମ ବରିଷ୍ଠ ପଣ୍ଡିତଙ୍କ ଦ୍ବାରା କରାଯିବାର ଆୟୋଜନ କରାଯାଇଛି।ଏହି ଅବସରରରେ ଆଜି ଶହ ଶହ ମହିଳାଙ୍କ ଦ୍ବାରା କଳସ ଯାତ୍ରାର ଶୁଭାରମ୍ଭ କରାଯାଇ ଥିଲା । ସ୍ଥାନୀୟ ବାଲୁଙ୍କେଶ୍ଵର ମନ୍ଦିର ମଧ୍ୟରେ ଥିବା ପୁଷ୍କରିଣୀର ଶହ ଶହ ସଂଖ୍ୟାରେ ମହିଳା ମୁଣ୍ଡରେ ଜଳ କଳସ ଧରି ସହର ପରିକ୍ରମଣ କରି ନୁତନ ମନ୍ଦିର ମଧ୍ୟରେ ଶୃଙ୍ଖଳିତ ଭାବେ ପ୍ରବେଶ କରିଥିଲେ । ଆଧ୍ୟାତ୍ମିକ ଭାଗବତ ପ୍ରେମ ରେ ଅନୁଷ୍ଠିତ ଏହି ଭିବୁ କାର‌୍ୟ୍ୟକ୍ରମରେ କର୍ପୋରେଟର ଚିତ୍ରସେନ ମହାପାତ୍ର, ନାରାୟଣ ନାୟକ, ପ୍ରକାଶ ଚନ୍ଦ୍ର ନାୟକ,ସିଲା ଶିବ,ଶିମାଞ୍ଚଳ ସେନାପତି,ଧୋବା ସୁବୁଦ୍ଧି,ଶିମାଦ୍ରୀ ବାବୁ,ବି କୃଷ୍ଣ ଚନ୍ଦ୍ର ଗୌଡଙ୍କ ସମେତ ବହୁ ଅଞ୍ଚଳ ବାସିନ୍ଦାଙ୍କ ସହଯୋଗ ଓ ସହାୟତାରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ