ହନର୍ ପକ୍ଷରୁ ନୂଆ ହନର୍ ୧୦ ଲାଇଟ୍ ସ୍ମାର୍ଟଫୋନ୍ର ବଜାର ପ୍ରବେଶ

ହାୱାଇର ଇ-ବ୍ରାଣ୍ଡ ଡିଜିଟାଲ୍ ଡିଭିଜନ୍ ହନର୍ ପକ୍ଷରୁ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ୩ଜିବି ରାମ୍ ଏବଂ ୩୨ଜିବି ରମ୍ ବିଶିଷ୍ଟ ହନର୍ ୧୦ ଲାଇଟ୍ ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଯାଇଛି । ଏହାର ମୂଲ୍ୟ ୧୧,୯୯୯ଟଙ୍କା ରହିଛି । ଏଥିରେ ୨୪ ଏମପି ଏଆଇ ସେଲଫି କ୍ୟାମେରା ରହିଛି ।ଏଥିରେ କିରିନ୍ ୭୧୦ ପ୍ରୋସେସର ସହିତ ୧୨ଏନଏମ୍ ପ୍ରୋସେସ୍, ଡିୟୁଡ୍ରପ୍ ଡିସ୍ପ୍ଲେ ଆଦି ବୈଶିଷ୍ଟ୍ୟ ରହିଛି । ଏହା ସାଫେୟାର ବ୍ଲୁ, ଏବଂ ମିଡ଼୍ ନାଇଟ୍ ବ୍ଲାକ୍ ରଙ୍ଗରେ ଉପଲବ୍ଧ ହେଉଛି । ଏଥିରେ ୩୪୦୦ ଏମଏଏଚ୍ ବ୍ୟାଟେରୀ ରହିଛି । ଏହା ଫ୍ଲିପ୍କାର୍ଟରେ ଉପଲବ୍ଧ ହେବ । ଏହି ଅବସରରେ ହାୱାଇ ଇଣ୍ଡିଆର କଞ୍ଜ୍ୟୁମର ବିଜନେସ୍ ଗ୍ରୁପ୍ ସିଏମ୍ଓ ସୁହାଲୀ ତାରିକ୍ କହିଲେ, ‘‘ହନର୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ହନର୍-୧୦-ଲାଇଟ୍ ସ୍ମାର୍ଟଫୋନ୍ ଯୁବବର୍ଗଙ୍କ ପାଇଁ ଏକ ଉପଯୋଗୀ ଉତ୍ପାଦ ଭାବରେ ସାବ୍ୟସ୍ତ ହେବ ଯାହାକି ଯୁବବର୍ଗଙ୍କର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ । ଭାରତରେ ହନର୍ ୧୦-ଲାଇଟ୍ ଭଲ କାରବାର କରିବାର ଲକ୍ଷ୍ୟ ନେଇ ଯୋଜନା ପ୍ରସ୍ତୁତ କରିଛି । ଏହା ଏଆଇ ସେଲଫି କ୍ୟାମେରାର ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ । ଏହି ଅବସରରେ ଫ୍ଲିପ୍କାର୍ଟ ମୋବାଇଲ୍ ବରିଷ୍ଠ ନିର୍ଦ୍ଦେଶକ ଆଦିତ୍ୟ ସୋନୀ କହିଲେ, ‘‘ହନର୍ ୧୦-ଲାଇଟ୍ ଫ୍ଲିପ୍କାର୍ଟରେ ଉପଲବ୍ଧ ହେଉଥିବାରୁ ଆମେ ଆନନ୍ଦିତ । ଏହାଦ୍ୱାରା ହନର୍ ୧୦-ଲାଇଟ୍ର କାରବାର ବେଶ୍ ସଫଳ ରହିବ । ଏହି ସ୍ମାର୍ଟଫୋନ୍ରେ ୩ଜିବି ରମ୍ ଏବଂ ୩୨ ଜିବି ରାମ୍ ରହିଛି । ଏହା ଗ୍ରାହକଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ଆମେ ଠିକ୍ ସମୟରେ ଏହାକୁ ଗ୍ରାହକଙ୍କ ପାଖରେ ପହଂଚାଇବାର ପ୍ରୟାସ କରିବୁ । ଏଥିରେ ବୃହତ୍ ଏଫ୍-୧.୮ ଆପରେଚର, ୧୫.୭୭ ସେମି ଏଫଏଚଡି ପ୍ଲସ୍ ସ୍କ୍ରିନ୍, ଡିୟୂଡ୍ରପ୍ ଡିସପ୍ଲେ, ୯୧% ସ୍କ୍ରିନ୍ ବଡି ଅନୁପାତ,ଇମୁୟି ୯.୦ ଆଣ୍ଡ୍ରଏଡ୍ ୯ ପାଇ, ଏଆଇ ଶପିଂ, କ୍ୟାଲୋରୀ ଡିଟେକସନ୍, ଏଆଇ ଏନହାନ୍ସଡ୍ କଲ୍, ୱାଇ-ଫାଇ ବ୍ରିଜ୍, ପେଟିଏମ୍ ପେ, ଆପ୍ ଆସିଷ୍ଟାନ୍ସ, ଡୁଆଲ୍ ଭୋଲଟି, ଏଆଇ ସ୍ମାର୍ଟ ଫେସ୍ ଅନ୍ଲକ୍, ସ୍ମାର୍ଟ ଫିଙ୍ଗର ପ୍ରିଂଟ୍, ସ୍ମାର୍ଟ ଟ୍ରିପଲ ବ୍ଲୁଟୁଥ୍ କନେକସନ୍, ରାଇଡ୍ ମୋଡ୍, ପାର୍ଟି ମୋଡ୍ ଆଦି ବୈଶିଷ୍ଟ୍ୟ ରହିଛି । ୨୦୧୮ ରେ ହନର୍ ପକ୍ଷରୁ ୯-ଲାଇଟ୍ ର ବଜାର ପ୍ରବେଶ କରାଯାଇଥିଲା । ଏହାର ଗ୍ରାହକ ସଂଖ୍ୟା ୧.୫ ନିୟୁତ ଥିଲା । ହନର୍ ୧୦ ଲାଇଟ୍ ୪ ଜିବି ରମ୍, ୬୪ ଜିବି ରାମ୍ ତଥା ୬ଜିବି ରାମ୍ ୬୪ ଜିବିି ରାମ୍ ୨୦୧୯ ଜାନୟାରୀ ୧୫ରେ ବଜାର ପ୍ରବେଶ କରାଯାଇଥିଲା । ଏହାର ମୂଲ୍ୟ ଯଥାକ୍ରମେ ୧୩,୯୯୯ ଟଙ୍କା ଏବଂ ୧୭,୯୯୯ ଟଙ୍କା ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ