ହନିୱେଲ୍ ପକ୍ଷରୁ ଚ୍ୟାନେଲ୍ ଅଂଶୀଦାରଙ୍କୁ ଚୟନ
ନୂଆଦିଲ୍ଲୀ, (ଏଜେନ୍ସି): ହନିୱେଲ୍ ପ୍ରୋସେସ୍ ସଲ୍ୟୁସନ୍ ପକ୍ଷରୁ ଏହାର ଚ୍ୟାନେଲ ଅଂଶୀଦାର ଚିହ୍ନଟ କରାଯାଇଛି । ନୂଆଦିଲ୍ଲୀ ଠାରେ ଆୟୋଜିତ ୭ମ ଏସିଆପାସିଫିକ୍ ଚ୍ୟାନେଲ ପାର୍ଟନର କନଫରେନ୍ସରେ ଏହା ସମ୍ପନ୍ନ ହୋଇଛି । ଏହାଦ୍ୱାରା ହନିୱେଲ ଇଣ୍ଡଷ୍ଟ୍ରିଆଲ୍ ଅଟୋମେସନ୍ ସଲ୍ୟୁସନ ସମଗ୍ର ଅଞ୍ଚଳରେ ଉପଲବ୍ଧ ହେବ । ଚାଇନାର ଜିନାନ୍ ହୁହାଇ ସାଇନ୍ସ ଏବଂ ଟେକ୍ନୋଲୋଜି ୨୦୧୮ ହନିୱେଲ୍ ଏପିଏସି ଚ୍ୟାନେଲ୍ ପାର୍ଟନର ଅଫ୍ ଦି ଇୟର ପୂରସ୍କାର ହାସଲ କରିଛି । ଏହା ଚ୍ୟାନେଲ ପାର୍ଟନରଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର ଭାବେ ପରିଗଣିତ ହୋଇଥାଏ । ଏହାଦ୍ୱାରା କାରବାର ବିକ୍ରି କ୍ଷେତ୍ରରେ ଅନେକ ଆହ୍ୱାନ ସରଳ ହୋଇପାରିବ । ଏହି ଅବସରରେ ୧୫ଟି ଦେଶର ୩୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇଥିଲେ । ବିଭିନ୍ନ ଦେଶ ମଧ୍ୟରେ ଅଷ୍ଟ୍ରେଲିଆ, ଚାଇନା, ଭାରତ, ମାଲେସିୟା, ସିଙ୍ଗାପୁର, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ଜାପାନ ଓ ଇଣ୍ଡୋନେସିଆ ଆଦି ଯୋଗଦେଇଥିଲେ । ଚଳିତ ବର୍ଷର ଶୀର୍ଷକ କନେକ୍ଟେଡ୍ ପାର୍ଟନର ଓ କନେକ୍ଟେଡ୍ ପ୍ରଡକ୍ଟ ଥିଲା ।