ହନିୱେଲ ଓ ଆଇଆଇଟି ଖଡଗପୁର କମ୍ପାନୀ ପକ୍ଷରୁ କ୍ୟାମ୍ପସ ନିଯୁକ୍ତି

ହନିୱେଲ ଇଣ୍ଡିଆ ଟେକ୍ନୋଲୋଜି ସେଂଟରର ୨୫ତମ ଜୟନ୍ତୀ ଉତ୍ସବ ଚାଲୁଥିବାବେଳେ ଆଇଆଇଟି ଖଡଗପୁର ରେ ରେକର୍ଡ ସଂଖ୍ୟାରେ ୪୦ ଜଣ ଇଂଟର୍ଣ୍ଣ ଏବଂ ୩୬ ଜଣ କ୍ୟାମ୍ପସ ନିଯୁକ୍ତି ନେଇ ଖୁସି ଖେଳିଯାଇଛି । ଏହି ନିଯୁକ୍ତି କମ୍ପାନୀ ର ଭାରତ ଏବଂ ଆମେରିକା ସ୍ଥିତ ଆଟଲାଂଟ ୟୁଏସ ପାଇଁ ଉଦ୍ଦିଷ୍ଟ । ଆଠ ଦଶନ୍ଧିର ଇତିହାସ ଓ ୮୦୦୦ ରୁ ଅଧିକ ଇଂଜିନିୟର ଆଇଆଇଓଟି ସହ ଭାରତ ହନିୱେଲ ର ସର୍ବବୃହତ ଇଂଜିନିୟରିଙ୍ଗ ଏବଂ ଉତ୍ପାଦ ବିକାଶ କେନ୍ଦ୍ର । ଏହାର ଏକ ତୃତୀୟାଂଶ ଇଂଜିନିୟର ଆଗାମୀ ପିଢୀର ଆଇଆଇଓଟି ସଫ୍ଟୱେୟାର ସହ ଜଡିତ । ଏଥିପାଇଁ ହନିୱେଲ ଓ ଆଇଆଇଟି ଖଡଗପୁର ସହଭାଗୀତା କମ୍ପାନୀ ପାଇଁ ମହତ୍ୱପୂର୍ଣ୍ଣ । ହନିୱେଲ ସଫ୍ଟୱେୟାର ଶିଳ୍ପରେ ପରିବର୍ତନ ଆଣିବା ପଇଁ ଏହାର ଉତ୍ପାଦ ମାନଙ୍କରେ ଡିଜିଟାଲ ବ୍ୟବହାର ବହୁଳ ରୁପରେ କରୁଅଛି । ଏଥିନିମନ୍ତେ କମ୍ପାନୀ ପକ୍ଷରୁ ଏକ ସଫ୍ଟୱେୟାର ବିଜ୍‌ନେସ ୟୁନିଟ ହନିୱେଲ କନେକ୍ଟେଡ ଏଂଟରପ୍ରାଇଜ ଗଠନ କରାଯାଇଛି । ଏହି ୟୁନିଟ ର କାମ ଅନ୍ୟ ସବୁ ଶିଳ୍ପ ମାନଙ୍କ ପାଇଁ ଆର୍ଟିଫିସିଆଲ ଇଂଟେଲିଜେନସ୍‌, ମେସିକ ଲର୍ଣ୍ଣିଙ୍ଗ ଏବଂ କ୍ଲାଉଡ ଟେକ୍ନୋଲୋଜି ମାଧ୍ୟମରେ ସମାଧାନ ଯୋଗାଇ ଦେବା । ଏହି କନେକ୍ଟେଡ ସଫ୍ଟୱେୟାର ରୁ ଆୟ ବାର୍ଷିକ ଦୁଇ ଅଙ୍କରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ସୁଦୃଢ କରିବା ପାଇଁ କମ୍ପାନୀ ଭାରତର ପ୍ରମୁଖ ଶିକ୍ଷାନୁଷ୍ଠାନ ମାନଙ୍କ ପାଖରୁ ପ୍ରତିଭା ଚୟନ କରିଛି । ହନିୱେଲ ଆଇଆଇଟି ଖଡଗପୁର ଠାରେ ପ୍ରଶିକ୍ଷଣ ଓ ଗବେଷଣା ପାଇଁ ନିବେଶ ଜାରି ରଖିବ । ନୂତନ ଭାବରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀ ମାନେ ମେ/ଜୁନ ୨୦୨୦ ରେ ଭାରତ ଓ ବିଦେଶରେ କାର୍ଯ୍ୟରେ ଯୋଗଦେବେ । ସୁଚନାୟୋଗ୍ୟ , ହାନିୱେଲ୍ ଫର୍ଚ୍ୟୁନ୍ ୧୦୦ ଟୋକ୍ନୋଲୋଜି କମ୍ପାନି ଭାବରେ ବିଶ୍ୱର ବିଭିନ୍ନ ରିଫାଇନାରୀ, ବିକଳ୍ପ ଶକ୍ତି କ୍ଷେତ୍ର, ପଲପ୍ ଏବଂ ପେପର ଶିଳ୍ପ, ଶକ୍ତି ସଂଚରଣ କ୍ଷେତ୍ର, କେମିକାଲ୍ ଏବଂ ବାୟୋକେମିକାଲ୍‌, ବାୟୋଫୁଏଲ୍‌, ଲାଇଫ୍ ସାଇନ୍ସ. ମେଟାଲ୍‌, ମିନେରାଲ୍ ଏବଂ ମାଇନିଂ ଶିଳ୍ପରେ ଏହାର ଜ୍ଞାନକୌଶଳ ଉପଯୋଗ କରିଛି । ଏହା ବିଶ୍ୱ ବ୍ୟାପି ଏରୋପ୍ସେସ୍ ଉତ୍ପାଦ ଏବଂ ସେବା ଉପଲବ୍ଧ କରାଇଥାଏ ଏବଂ ବିଲଡିଂ, ବାସଗୃହ ଏବଂ ଶିଳ୍ପ କ୍ଷେତ୍ର, ଟ୍ରୁବୋଚାର୍ଜର୍ କ୍ଷେତ୍ରରେ କଂଟ୍ରୋଲ୍ ଟୋକ୍ନୋଲୋଜି ସ୍ଥାପିତ କରାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ