ହନିୱେଲ ଜିତିଲା ସିଏସ୍ଆର ଫାଉଣ୍ଡେସନ ଅଫ ଦି ଇୟର ଆୱାର୍ଡ

ହନିୱେଲ ହୋମଟାଉନ ସଲ୍ୟୁସନ ଇଣ୍ଡିଆ ଫାଉଣ୍ଡେସନ କୁ ଡାଲମିଆ ଭାରତ-ସିଏସ୍ଆର ବକ୍ସ ଷଷ୍ଠ ସିଏସ୍ଆର ଇମ୍ପାକ୍ଟ ପୁରସ୍କାର ପାଇଁ ବିଜେତା ଘୋଷଣା କରାଯାଇଛି । ଏହି ପୁରସ୍କାର ଭାରତ ସରକାର ଙ୍କ ଜଳ ସଂସାଧନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଦ୍ୱାରା ଭାରତ ସିଏସ୍ଆର ଶିଖର ସମ୍ମିଳନୀ ୨୦୧୯ ରେ ପ୍ରଦାନ କରାଯାଇଛି ।
ହନିୱେଲ ସିଏସ୍ଆର କାର୍ଯ୍ୟକ୍ରମ ଭାରତର ୮ ଟି ରାଜ୍ୟର ୩୧ ଜିଲ୍ଲାରେ ୧.୯ ନିୟୁତ ଲୋକଙ୍କ ସହିତ ଯୋଡି ହୋଇଥିବାରୁ ଏହି ପୁରସ୍କାର ପାଇଁ ବିଜେତା ରୁପେ ଚୟନ କରାଯାଇଛି । ହନିୱେଲ ଏହାର ମଜବୁତ ଶାସନ ସଂରଂଚନା, ନିଠୋର ମୁଲ୍ୟାଙ୍କନ, ସ୍ୱେଚ୍ଚାକୃତ ସେବା ଢାଂଚା ଓ ବିଶ୍ୱ ପ୍ରସିଦ୍ଧ ସଂସ୍ଥା ମାନଙ୍କ ସହ ସହବନ୍ଧନ ପାଇଁ ଏହି ପୁରସ୍କାର ବଡ ଦାବିଦାର ଥିଲା ।
ହନିୱେଲ ଇଣ୍ଡିଆର ଅଧ୍ୟକ୍ଷ, ଅକ୍ଷୟ ବେଲାରେ କହିଛନ୍ତି, “ହନିୱେଲ ଉକୃଷ୍ଟ ସିଏସ୍ଆର କାର୍ଯ୍ୟକ୍ରମ ମାନଙ୍କ ନିର୍ମାଣ, ସମର୍ଥନ ଓ ପୋଷଣ ପାଇଁ ପ୍ରତିଶୃତିବଦ୍ଧ । ଏହା ସମାଜ ଉପରେ ନିରନ୍ତର ପ୍ରଭାବ ପକାଇଥାଏ ।” ସେ କହିଥିଲେ ହନିୱେଲ ସିଏସ୍ଆର ପ୍ରୟାସ ଚାରୋଟି କ୍ଷେତ୍ର ପ୍ରତି ଧ୍ୟାନ କେନ୍ଦ୍ରିତ କରିଥାଏ ସେଗୁଡିକ ହେଲା ସ୍ଟିମ୍ ଶିକ୍ଷା, ବାଳ ସୁରକ୍ଷା, ନିରନ୍ତରତା ଏବଂ ମାନବୀୟ ସହାୟତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ