ହନିୱେଲ ର ଭାରତରେ ରଜକ ଜୟନ୍ତୀ ପାଳନ

କମ୍ପାନୀ ପକ୍ଷରୁ ଅଭିନବ ସମାଧାନ ମାଧ୍ୟମ ରେ ଗ୍ରାହକ ମାନଙ୍କୁ ସେବା ହନିୱେଲ ର ଇଂଜିନିୟରିଂ ଶାଖା ହନିୱେଲ ଟେକ୍ନୋଲୋଜି ସଲ୍ୟୁସନ ଚଳିତ ବର୍ଷ ଭାରତରେ ଏହାର ୨୫ ବର୍ଷ ପୁର୍ତି ପାଳନ କରୁଅଛି । ୧୯୯୪ ରେ ସ୍ଥାପିତ ହୋଇଥିବା କମ୍ପାନୀ ଭାରତ ତଥା ବିଶ୍ୱରେ ହନିୱେଲ ର ବ୍ୟବସାୟରେ ସହାୟତା ଯୋଗାଇ ଆସୁଛି । ବିଗତ ୨୫ ବର୍ଷରେ ଭାରତରେ ୫୦୦୦ ରୁ ଉଦ୍ଧ୍ୱର୍ ଇଂଜିନିୟର ଏରୋସ୍ପେସ, ବିଲଡିଂ ଟେକ୍ନୋଲୋଜି, ସୁରକ୍ଷା ଓ ଉତ୍ପାଦକତା, ପ୍ରଦର୍ଶନ ସାମଗ୍ରୀ ଓ ପ୍ରଯୁକ୍ତି କ୍ଷେତ୍ରରେ ଉତ୍ସର୍ଗୀକୃତ ଭାବରେ ନିୟୋଜିତ ହୋଇଛନ୍ତି । ଏହି ଉତ୍ସବ ପାଳନ ପାଇଁ ହନିୱେଲ ପକ୍ଷରୁ କର୍ମଚାରୀ ମାନଙ୍କ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ତନ୍ମଧ୍ୟରେ ବାର୍ଷିକ “ ବ୍ରିଙ୍ଗ ୟୋର କିଡସ ଟୁ ୱାର୍କ” ଅନ୍ୟତମ । ଏହି କାର୍ଯ୍ୟକ୍ରମରେ ୩୦୦ ପିଲାଙ୍କୁ ସେମାନଙ୍କ ପିତାମାତା କରୁଥିବା କାମ ସମ୍ବନ୍ଧରେ ସୁଚନା ଦିଆଯାଇଥିଲା । ନଭେମ୍ବର ୨୦୧୯ରେ ହନିୱେଲ ଟେକ୍ନୋଲୋଜି ଗ୍ରେସ ହପର ସେଲେବ୍ରେସ ଇଣ୍ଡିଆ ସହ ସହବନ୍ଧିତ ହୋଇ ପ୍ରଯୁକ୍ତିରେ ନାରୀ ଓ ନେତୃତ୍ୱ ସମ୍ବନ୍ଧରେ କାର୍ଯ୍ୟକ୍ରମ ମାନ ଆୟୋଜନ କରିଥିଲେ । ଏହି କ୍ୟାରିୟର ବୁଥରେ ୧୪୦୦ ରୁ ଉଦ୍ଧ୍ୱର୍ ଭାଗନେଇଥିଲେ ତନ୍ମଧ୍ୟରେ ୬୮% ପେଶାଦାର ଥିଲେ । ଚାରି ଜଣିଆ ସଦସ୍ୟ ବିଶିଷ୍ଟ ଷ୍ଟାର୍ଟଅପ ଭାବରେ ଆରମ୍ଭ ହୋଇଥିବା ହନିୱେଲ ଟେକ୍ନୋଲୋଜି ସଲ୍ୟୁସନ  ଭାରତରେ ଏହାର କାର୍ଯ୍ୟ ହନିୱେଲ ଇଣ୍ଡିଆ ସପ୍ଟୱେୟାର ଅପରେସନସ୍ (ଏଚଆଇଏସଓ) ମାଧ୍ୟମରେ ଆରମ୍ଭ କରିଥିଲେ । ଏହାର ଅଫିସ ବାଙ୍ଗାଲୁରୁ ଠାରେ ସ୍ଥାପନା କରାଯାଇଥିଲା । ବିଗତ ବର୍ଷ ମାନଙ୍କରେ ଇନୋଭେସନ ଦ୍ୱାରା ହନିୱେଲ ଏହାର ଶ୍ରେଷ୍ଠତା ପ୍ରତିପାଦନ କରିପାରିଛି । କମ୍ପାନୀ ଦ୍ୱାରା ଏଚ୍ଏଏଲ ର ଏଚ୍ଟିଟି-୪୦ ବିମାନର ଟର୍ବୋପ୍ରପ ଇଂଜିନ ସଂଚାଳନ ହୋଇପାରିଛି । ଏହା ପାଇଲଟ ପ୍ଲାଂଟ ନିର୍ମାଣ କରି ଉଭୟ ଉତ୍ପାଦକତା ଓ ସୋଧନ ପକ୍ରିୟାରେ ଉନ୍ନତି ଆଣିପାରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ