ହନୁମାନ ଜୟନ୍ତୀ ପାଳିତ
ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍): ବୋଲଗଡ଼ ବ୍ଲକ ଓ ଏହାରା ଆଖପାଖ ଅଞ୍ଚଳରେ ରବିବାର ହନୁମାନ ଜୟନ୍ତୀ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ସ୍ଥାନୀୟ ମହାବିଦ୍ୟାଳୟ ନିକଟସ୍ଥ ଲେନରେ ଚନ୍ଦ୍ରଶେଖର ହନୁମାନ ଗଦି ଓ କପାସିଆଠାରେ ହନୁମାନଙ୍କ ଜୟନ୍ତୀ ପାଳନ କରାଯାଇଛି । ସେହିପରି ମାଣିବନ୍ଧଠାରେ ଥିବା ମହାବୀର ମନ୍ଦିର ଓ ଯୋଡପଡାସ୍ଥିତ ଜକଲାଠାରେ ମହାବୀର ଜୟନ୍ତୀ ପାଳନ କରାଯାଇଛି ।


