ହନୁମାନ ରାଇସମିଲ ମାଲିକଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ହନୁମାନ ରାଇସମିଲର ମାଲିକ ପ୍ରହଲ୍ଲାଦ ସାହୁ(୩୯) ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ଗୁଲନଗର ଗ୍ରାମର ପ୍ରହଲ୍ଲାଦ ସାହୁ କଟକ-ଚାନ୍ଦବାଲି ରାସ୍ତା କଡରେ ଗରାପୁର ଠାରେ ହନୁମାନ ରାଇସମିଲ ନାମରେ ଏକ ରାଇସମିଲ କରି ଚାଉଳ ବ୍ୟବସାୟ କରନ୍ତି । ସେ ପରିବାର ସହିତ ସେହି ରାଇସମିଲ ନିକଟରେ ରହୁଥିବା ବେଳେ ଗତ ସୋମବାର ବିଳମ୍ବ ିତ ରାତିରେ ପାରିବାରିକ କଳହ କାରଣରୁ ବେକରେ ଗାମୁଛା ବାନ୍ଧି ସିଲିଂ ଫ୍ୟାନରେ ଝୁଲି ପଡିଥିଲେ । ମଙ୍ଗଳବାର ସକାଳ ପ୍ରାୟ ସାଢେ ୧୧ଟା ସମୟରେ ଘରଲୋକ ଦେଖିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଦର ଥାନା ପୋଲିସ ଶବ ଜବତ କରି ବ୍ୟବଛେଦ କରାଇବା ସହିତ ଏକ ଅପମୃତ୍ୟୁ ମାମଲା ଦାୟର କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ