ହରଡବାଡିରେ କିଡିନ ରୋଗରେ ପୁଣି ଜଣେ ମୃତ୍ୟୁ, ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡିହି, (ଯୁଗାବ୍ଦ ନ୍ୟୁଜ ) : ହାଟଡିହି ବ୍ଲକ ହଦଗଡ ପଞ୍ଚାୟତ ହରଡବାଡିରେ ମଙ୍ଗଳବାର ଜଣେ କିଡିନି ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ଘଟିବା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗତ ବର୍ଷକ ଭିତରେ ୨୦ରୁ ଉର୍ଦ୍ଧ ଲୋକ କିଡିନି ରୋଗରେ ମୃତ୍ୟୁବରଣ କରିଥିବାବେଳେ ଏବେବି ୨୦ରୁ ଉର୍ଦ୍ଧ ଆକ୍ରାନ୍ତ ଅଛନ୍ତି । ସୁଚନାଯୋଗ୍ୟ, ହରଡବାଡି ଗ୍ରାମରେ ଗତ କିଛିବର୍ଷ ହେଲ ଲୋକମାନେ ବହୁ ସଂଖ୍ୟାରେ ଏହି ରୋଗରେ ଆକ୍ରାନ୍ତ ହୋଇ ପଡିଛନ୍ତି । ପ୍ରଥମେ ପ୍ରଥମେ ଜ୍ୱର ହେଉଛି ଓ ପରେ ଟାଇଫଏଡ ହେବାପରେ ସେମାନେ କିଡିନି ରୋଗରେ ଆକ୍ରାନ୍ତ ବୋଲି ଜଣାପଡୁଛି । ଗତ କିଛିଦିନ ହେଲା ଗ୍ରାମର ବିକାନ ବାସ୍କେ (୩୪)ନାମକ ଜଣେ ବ୍ୟକ୍ତି କଡିନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ଆଜି ଗୁରୁତର ହେବାରୁ ଡାକ୍ତରଖାନା ନେବା ବାଟରେ ସେ ପ୍ରାଣ ହରାଇଛନ୍ତି । ସେହିପରି ଗତ ଏକବର୍ଷ ମଧ୍ୟରେ ଗ୍ରାମର ଘନଶ୍ୟାମ ବେଶ୍ରା(୩୩), କାର୍ତ୍ତକ ମୁର୍ମୁ (୩୭), ମୁତିରାମ ସୋରେନ (୪୦), ରୁପେଇ କିସ୍କୁ (୪୫), ସୁନାରାଇ ହେମ୍ରମ (୪୧), ତାନସିଂ ମାରାଣ୍ଡି (୪୮), ବୁଦ୍ଧିରାମ ମୁମୁ (୩୯), ନାରଣ କିସ୍କୁ (୪୨), ଦୁର୍ଗା ମୁର୍ମୁ (୪୯), ମୁତିରାମ ସୋରେନ (୩୧), ଟୁନୁ ମୁର୍ମୁ (୩୨), କୁଆଁର ସୋରେନ(୪୫), ମାଟ୍ରା ହେମ୍ରମ (୪୦), କୁଆଁର ମୁର୍ମୁ(୩୫), ମୁନିରାମ କିସ୍କୁ (୫୦), ଚୈତନ ମୁର୍ମୁ (୪୩), ରାନୁ ହାଁସଦା(୩୨), ସୁଦାମ ମୁର୍ମୁ (୪୮) ପ୍ରମୁଖଙ୍କ ଏହି କିଡିନି ରୋଗରେ ମୃତ୍ୟୁ ହୋଇଛି । ସେହିପରି ଗ୍ରାମର ଦୀନବନ୍ଧୁ ମାଝୀ, କାସିରାମ କିସ୍କୁ, କାରମି ହାଁସଦା, ଦୁଗାର ଟୁଡୁ, ବାସନ୍ତୀ ହାଁସଦା, ଲମ୍ବୋଦର କିସ୍କୁ, ପାଣ୍ଡବ ମାରାଣ୍ଡି ପ୍ରମୁଖ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ଏନେଇ ସେ ଦୁଇ ଦୁଇଥର ଜିଲ୍ଲାପରିଷଦ ବୈଠକରେ ଆଲୋଚନା କରିବା ସହ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଜଣାଇଥିଲେବି କୈଣସି ପ୍ରତିକାର କରାଯାଉ ନଥିବା ସେ ଅଭିଯୋଗ କରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ହରଡବାଡି ଗ୍ରାମକୁ ଏକ ଡାକ୍ତରୀଦଳ ପଠାଯାଇ ରୋଗର କାରଣ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଜିଲ୍ଲାପରିଷଦ ସଦସ୍ୟ ଟିକି କିସ୍କୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ