ହରିଆନାର ରିୱାଡିରେ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା
ପୁରୀ(ବ୍ୟୁରୋ): ହରିଆନାର ରିୱାଡିଠାରେ ଓଡ଼ିଶା ଯୁବ ଚେତନା ସଂଗଠନ ପକ୍ଷରୁ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇଛି । ରିୱାଡି ସେକ୍ଟରର ୪ର ପ୍ଲଟନମ୍ବର ୬୭୬ରେ ଆରମ୍ଭ ହୋଇଥିବା ଏହି ଟୁଙ୍ଗୀରେ ଗୁରୁଗ୍ରାମ, ମାନେଶ୍ୱର, ସିଦ୍ଧରୱାଲି, ଧାରାୱାଡାରେ ରହୁଥିବା ଓଡିଆଙ୍କ ସହ ରାଜସ୍ଥାନ ଭିୱାଡି ଭାଗବତ ଟୁଙ୍ଗୀର ମୁଖିଆ ଯୋଗ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ବଦ୍ରି ମିଶ୍ରଙ୍କ ନେତୃତ୍ୱରେ ପ୍ରଭାତ ଷଡ଼ଙ୍ଗୀ, ମନୋରମା ରଥ, ହୃଷିକେଶ ଦାସ, ରାମଚରଣ ମିଶ୍ର, ସୋନାଲି ରଥ, ପ୍ରିତମ୍ ମିଶ୍ର, ନାଗେଶ୍ୱର ତ୍ରିପାଠୀ ପ୍ରମୁଖଙ୍କୁ ନେଇ କମିଟି ରିୱାଡିର ଘଣ୍ଟେଶ୍ୱରୀ ମନ୍ଦିର ଓ ପୁରାତନ ହନୁମାନ ମନ୍ଦିର ସମତେ ଭିୱାଡିର ଜଗନ୍ନାଥ ମନ୍ଦିରରେ ଭାଗବତ ପାଠ କରିବା ସହ ସମବେତ ଶ୍ରୋତାଙ୍କୁ ଶ୍ରୀମଦ୍ ଭାଗବତ୍, ଜଗନ୍ନାଥ ଦାସଙ୍କ ଭାଗବତ ଓ ହନୁମାନ ଚାଳିଶା ବହି ବଣ୍ଟନ କରାଯାଇଥିଲା । ଜାମ୍ବୁ, ଦିଲ୍ଲୀ, ହିମାଚଳପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନରେ ଓଡ଼ିଶା ଯୁବ ଚେତନା ପକ୍ଷରୁ ଭାଗବତ ଟୁଙ୍ଗୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହା ଷ୍ଠଷ୍ଠତମ ଭାବଗତ ଟୁଙ୍ଗୀ, ଯେଉଁଠାରେ ପ୍ରତି ରବିବାର ସନ୍ଧ୍ୟାରେ ଭାଗବତ ଗୀତା ଓ ଭାଗବତ ପାଠ ହେବ । ତତ୍ ସହିତ ରିୱାଡିର ହୁଡା ପାର୍କରେ ଅନୁଷ୍ଠାନ ପକ୍ଷରୁ ଏଗାରଟି କଦମ୍ବ ଗଛ ରୋପଣ କରାଯାଇଥିଲା ।


