ସମୁଦ୍ରରେ ବୁଡି ଯୁବତୀ ମୃତ

ପୁରୀ(ବ୍ୟୁରୋ): ଶୁକ୍ରବାର ସମୁଦ୍ରରେ ସ୍ନାନ କରୁଥିବା ସମୟରେ ଜଣେ ଯୁବତୀ ସମୁଦ୍ରରେ ବୁଡି ଯାଇଥିଲା । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ହେଲା ମେନକା ପୁଷ୍ଟି ଓ ଘର ସ୍ୱର୍ଗଦ୍ୱାର ଦିଗନ୍ତଗଳି । ଖବରରୁ ଜଣାଯାଇଛି ଯେ, ଆଜି ମୃତ ମେନକା ନିଜର ଭିଣୋଇ ଓ ଭଉଣୀଙ୍କ ସହିତ ସମୁଦ୍ରରେ ସ୍ନାନ କରୁଥିବାବେଳେ ଏକ ବଡ଼ ଲହଡି ଆସିଥିଲା । ସେହି ଲହଡିରେ ମେନକା ସମୁଦ୍ରରେ ବୁଡି ଯାଇଥିଲା । ତାକୁ ସଙ୍ଗେ ସଙ୍ଗେ ପରିବାର ଲୋକ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଚିକିତ୍ସା କରିବାରେ ବିଳମ୍ବ ହୋଇଥିଲା । ପରେ ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପରିବାର ପକ୍ଷରୁ ଚିକିତ୍ସା ଅବହେଳା ହୋଇଥିବା ନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଏଡିଏମଓଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଏମ୍ଓ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ