ହରିଣ ର ସନ୍ଦେହ ଜନକ ମୃତ୍ୟୁ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟ ଅନ୍ତର୍ଗତ ସୂତନ ଗ୍ରାମ ନିକଟ ଜଙ୍ଗଲରେ ବୁଧବାର ସକାଳେ ଏକ ହରିଣ ମରିପଡ଼ିଥିବା ଦେଖିବାକୁ ମିଳିଥିଲା। ବିଷାକ୍ତ ଖାଦ୍ୟ କିମ୍ବା ବିଦ୍ୟୁତ ଆଘାତରେ ହରିଣର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଉକ୍ତ ଗ୍ରାମ ର ସୌମ୍ୟ ସୌରଭ ସ୍ବାଇଁ ଏ ସମ୍ପର୍କ ରେ ବନ ବିଭାଗ କୁ ଖବର ଦେବାପରେ କୋଣାର୍କ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ହରିଣ କୁ ନେଇ କୋଣାର୍କ ସ୍ଥିତ ପଶୁ ଚିକିତ୍ସାଳୟ ରେ ବ୍ୟବଚ୍ଛେଦ କରି ସ୍ଥାନୀୟ ବିଭାଗୀୟ କାର୍ଯ୍ୟାଳୟ ପରିସର ରେ ପୋତି ଦେଇଛନ୍ତି। ଏହି ଘଟଣା ରେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ବାଳ କ୍ଷୋଭ ପ୍ରକାଶ କରିବା ସହିତ ହରିଣ ମୃତ୍ୟୁ ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବୀ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହରିଣ ମୃତ୍ୟୁ ର କାରଣ ସ୍ପଷ୍ଟ ଜଣା ପଡ଼ିବ ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି । ତେବେ ବନ ବିଭାଗ ର ନିଷ୍କ୍ରିୟତା ଓ ଜନ୍ତୁ ଶିକାରୀ ମାଫିଆ ମାନଙ୍କ ଲୋଲୁପ ଦୃଷ୍ଟିରେ ବାଲୁଖଣ୍ଡ ଅଭୟାରଣ୍ୟରୁ ବିରଳ ପ୍ରଜାତିର ହରିଣଙ୍କ ବଂଶ ଲୋପ ପାଇବାକୁ ବସିଛି । ବନ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।