ହରିହର ନୋଡାଲ ସ୍କୁଲରେ ପୋଷାକ ବଣ୍ଟନ ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ହରିହର ନୋଡାଲ ଉପ୍ରା ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କହ୍ନେଇ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସିଆରସିସି କୂଳପ୍ରଭା ସୁଆର, ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ସେଠୀ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ବେଗନା ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ବାରିକ, ୱାର୍ଡ ସଭ୍ୟା ପ୍ରତିନିଧି ମହେଶ୍ୱର ନାୟକ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବଟକୃଷ୍ଣ ସେଠୀ, ବରିଷ୍ଠ ଶିକ୍ଷକ ନିରାକର ଜେନା ଯୋଗ ଦେଇ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ୧୫୯ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ କରି ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସୁରେନ୍ଦ୍ର କୁମାର ପଣ୍ଡା, ରତିକାନ୍ତ ନାୟକ, ଶେଷଦେବ ଜେନା, ରାଧାରାଣୀ ସେଠୀ, ଏସ୍‌.ଏମ୍‌.ସିର ଉପାଧ୍ୟକ୍ଷା କବିତା ଜେନା, ସଭ୍ୟା ସବିତା ଜେନା, ରଶ୍ମିରେଖା ବେହେରା, ଝୁନାରାଣୀ ସାହୁ, ସଂଯୁକ୍ତା ଦାସ, ସବିତା ଜେନାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ