ହରିୟାନାରେ ୧୫ ଦିନ ଲକ୍ଡାଉନର ସମୟସୀମା ବଢ଼ିଲା
ଚଣ୍ଡୀଗଡ଼, (ୱାଇଏନ୍ଏସ୍): ହରିୟାନା ସରକାର ରବିବାର ଦିନ କୋଭିଡ୍ ଲକ୍ଡାଉନର ସମୟ ୧୫ଦିନ ପାଇଁ ବଢ଼ାଇବାର ନିଷ୍ପତି ନେଇଛନ୍ତି ଏବଂ ପୂର୍ବରୁ ଦିଆଯାଇଥିବା କୋହଳ ରଖିବାର ଅନୁମତି ଦେଇଛନ୍ତି, ରାଜ୍ୟରେ ରେଷ୍ଟୁରାଂଟ, ବାର୍, ମଲ୍, କ୍ଲବହାଉସ ଏବଂ ଦୋକାନ ଖୋଲିବାର ଅନୁମତି ଅଛି ।ମୁଖ୍ୟ ସଚିବ ବିଜୟ ବର୍ଦ୍ଧନ ରବିବାର ଦିନ ଜାରି ଏକ ଆଦେଶରେ କହିଛନ୍ତି ଯେ, ହରିୟାନା ରାଜ୍ୟରେ ମହାମାରୀ ଆଲର୍ଟ ସୁରକ୍ଷିତ ହରିୟାନାକୁ ଆଗକୁ ୨୩ ଅଗଷ୍ଟ(ସନ୍ଧ୍ୟା ପାଂଚଟା)ରୁ ସେପ୍ଟେମ୍ବର ୬(ସକାଳ ୫ଟା) ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏହାସହିତ ପୂର୍ବରୁ ଜାରି ଆଦେଶରେ ଦିଆଯାଇଥିବା ନିର୍ଦ୍ଦେଶକୁ ଲାଗୁ କରାଯିବ ।