ହରି ସାରେ ଥିଲେ ମଣିଷ ତିଆରି କାରଖାନା
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ମହିଷାମୁଣ୍ଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ହରେକୃଷ୍ଣ ସ୍ୱାଇଁଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବାଲିକୁଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୁରାତନ ଛାତ୍ର ଜ୍ୟୋତିଷ ଚନ୍ଦ୍ର ଦାସ ଯୋଗ ଦେଇ ହରି ସାରେ ଥିଲେ ଜଣେ ମଣିଷ ତିଆରି କରାଖାନା, ସାରଙ୍କ ବିୟୋଗରେ ନାଉଗାଁ ଜଣେ ବିଦ୍ୱାନ ବ୍ୟକ୍ତିଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ । ସାରଙ୍କ ବିୟୋଗରେ ଗୋଟିଏ ଯୁଗ ଶେଷ ହେଲା ବୋଲି ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ତଥା ପୁରାତନ ଛାତ୍ର ଜଗନ୍ନାଥ ଦାସ ଯୋଗ ଦେଇ କହିଥିଲେ । ତାଙ୍କ ସହିତ ଓଷ୍ଟାର ଜିଲ୍ଲା ସଭାପତି ତଥା ଶିକ୍ଷକ ନିରଂଜନ ମହାନ୍ତି, ବ୍ଲକ ଶିକ୍ଷା ସହାୟକ ସଂଘର ସଭାପତି ଅକ୍ଷୟ ରାଉତ, ସମାଜସେବୀ ପ୍ରସନ୍ନଜିତ ସାହୁ ,ବିଭୁ ପଦାରବିନ୍ଦ ପରିଡା, ସତ୍ୟ ରଂଜନ ଦାସ,ଗୋପାଳ ଚରଣ ସାହାଣୀ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ ।