ହରି ହର ଙ୍କ ଅପେକ୍ଷା ରେ ଐତିହାସିକ ସଭାମଣ୍ଡପ

ନିମାପଡ଼ା, (ସନ୍ତୋଷ ଦାଶ):ପବିତ୍ର ଫଗୁ ଦଶମୀ ତିଥି ଠାରୁ ସାରା ରାଜ୍ଯ ରେ ଆରମ୍ଭ ହୋଇଯାଇଛି ଦୋଳ ଉତ୍ସବ। ରାଧା କୃଷ୍ଣ, ହରି ହର ଠାକୁର ସ୍ୱ ସ୍ୱ ବିମାନ ରେ ଗାଁ ଗାଁ ଘର ଘର ବୁଲି ଦ୍ୱାରୀ ଭୋଗ ଖାଉଛନ୍ତି। ସାରା ରାଜ୍ୟ ରେ ଠାକୁର ମାନଙ୍କ ବସିବା ପାଇଁ ଦୋଳ ବେଦୀ ରହିଥିବାବେଳେ ଏକ ମାତ୍ର ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ପ୍ରାଚୀ ଉପତ୍ୟକା ତୁଳସୀପୁର ପଞ୍ଚାୟତ ସାନହୁଲି ଗ୍ରାମ ର ରତ୍ନବଟ ଠାରେ ରହିଛି ଦୋଳ ମଣ୍ଡପ ଯାହାର ନାମ ସଭାମଣ୍ଡପ।ପ୍ରାୟ ୫୦ଫୁଟ ଲମ୍ବ ଓ ୨୫ ଫୁଟ ଓସାର ର ଏହି ମଣ୍ଡପ ଟି ଖାରବେଳ ଙ୍କ ସମୟ ର କୀର୍ତ୍ତି ବୋଲି ଗବେଷକ ମାନେ କୁହନ୍ତି। ମଣ୍ଡପ ଟି ବର୍ଷ ସାରା ଖାଲି ପଡ଼ୁଥିବା ବେଳେ ଏକ ମାତ୍ର ଦୋଳ ପୂର୍ଣ୍ଣିମା ପ୍ରାତଃ ରେ ହରି ହର ଭେଟ ଉତ୍ସବ ପରେ ଏହା ଉପରେ ହରି ପ୍ରଭୁ ମାଧବାନନ୍ଦ, ରାଧାକାନ୍ତ ଓ ହର ପ୍ରଭୁ ଅମରେଶ୍ୱର,ବନ୍ଦେଶ୍ୱର ଏକତ୍ର ବସି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଦୋଳ ପୂର୍ଣ୍ଣିମା ଦିନ ଏକତ୍ର ହରି ହର ଙ୍କୁ ଦର୍ଶନ କଲେ ପୁନଃଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ଏଣୁ ବର୍ଷ ସାରା ଶୁନଶାନ ପଡ଼ୁଥିବା ଭେଟପଡ଼ିଆ ଓ ସଭାମଣ୍ଡପ ଦୋଳ ଉତ୍ସବ ରେ ଚଳଚଞ୍ଚଳ ହୋଇ
ପଡ଼ିଥାଏ ବୋଲି କହିଛନ୍ତି ରତ୍ନବଟ ର ପୂଜକ ରାଜକିଶୋର ଶତପଥି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ