ପ୍ରଭୁ ବନ୍ଦେଶ୍ୱର ଙ୍କ ଦୋଳ ଉତ୍ସବ ଆରମ୍ଭ

ନିମାପଡ଼ା, (ସନ୍ତୋଷ ଦାଶ):ପବିତ୍ର ଫଗୁ ଦଶମୀ ଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଦୋଳଯାତ୍ରା।ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ବନ୍ଦେଶ୍ୱର ଶମ୍ଭୁ ଏବେ ମନ୍ଦିର ଛାଡି ଗାଁ ଗାଁ ବୁଲି ଦ୍ୱାରୀ ଭୋଗ ଖାଉଛନ୍ତି।ଭକ୍ତ ମାନେ ନିଜ ଦ୍ଵାର ମୁହଁ ରେ ଠାକୁର ଙ୍କୁ ପାଇ ଯେତିକି ଖୁସି ଭକ୍ତ ଦାଣ୍ଡ ରେ ବସି, ଛିଡ଼ା ହୋଇ ଠାକୁରବି ସେତିକି ଖୁସି। ଭକ୍ତ ଆଉ ଭଗବାନ ଙ୍କ ମିଳନ ଘଟିଛି। ଠାକୁର ଙ୍କ ଚଳନ୍ତି ପ୍ରତିମାକୁ ସୁ ସଜ୍ଜିତ ବିମାନ ରେ ବସାଇ ବେହେରା ଗୋପାଳ ମାନେ ଗାଁ ଗାଁ ବୁଲାଉଥିବା ବେଳେ ସେବକ ମାନେ ଛତ୍ରି, ଚାମର ଧରି, ଘଣ୍ଟ ବଜାଇ ଠାକୁର ଙ୍କୁ ବାଟ କଢ଼ାଇ ନେଉଛନ୍ତି। ଗାଁ ଗାଁ ରେ ବିଦ୍ୟୁତ ଆଲୋକ ଥିଲେ ମଧ୍ୟ ପାରମ୍ପରିକ ପ୍ରଥାନୁସାରେ ଠାକୁର ଙ୍କ ପାଖେ ପାଖେ ଜଳୁଛି ତିହୁଡ଼ି ବା ମଶାଲ। ଭକ୍ତପରିବାର ପକ୍ଷରୁ ପଇଡ଼, ଲିଆ, ଉଖୁଡା, ଖଇ, କୋରା, ସାକର,ଚଣା, କଦଳୀ ପ୍ରଭୁତି ଠାକୁର ଙ୍କୁ ଭୋଗ ଅର୍ପଣ କରାଯାଉଥିବା ବେଳେ ଫଗୁ (ଅବିର) ଲାଗି କରାଯାଉଛି। ବନ୍ଦେଶ୍ୱର ଠାକୁର ୨୪ପଡ଼ା ଭୋଗ ଖାଇ ଚତୁର୍ଦ୍ଦଶୀ ପ୍ରାତଃ ରେ ଚହଟା ଠାରେ ପ୍ରଭୁ ଅମରେଶ୍ୱର ଠାକୁର ଙ୍କ ସହିତ ଓ ବିଳମ୍ୱିତ ରାତିରେ ଐତିହାସିକ ରତ୍ନବଟ ନିକଟସ୍ଥ ଭେଟ ପଡ଼ିଆ ଠାରେ ହରି ମାଧବାନନ୍ଦ ଓ ରାଧାକାନ୍ତ ଙ୍କ ସହିତ ପ୍ରସିଦ୍ଧ ହରି ହର ଭେଟ ଉତ୍ସବ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ଠାକୁର ଙ୍କ ପୂଜକ ନରେନ୍ଦ୍ର ପୁଷ୍ପାଳକ। ଦୋଳ ଉତ୍ସବ ପାଳନ ଅବସର ରେ ଠାକୁର ମାନେ ଗାଁ ଗାଁ ବୁଲି ଦ୍ୱାରୀ ଭୋଗ ଖାଉଥିବାରୁ ଗାଁ ସବୁ ଉତ୍ସବ ମୁଖର ହୋଇଉଠିଛି। ହରିବୋଲ,ହୁଳହୁଳି, ଭଜନ କୀର୍ତ୍ତନ ରେ ଗାଁ ଦାଣ୍ଡ ଉଛୁଳି ପଡୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ