ହରେକୃଷ୍ଣ ମହତାବ ଭବନ ପରିସରରେ ଡାଲମିଆ ସିମେଣ୍ଟ ଆନୁକୁଲ୍ୟରେ ଡିଲର ଏବଂ ମିସ୍ତ୍ରୀ କୁ ନେଇ କର୍ମଶାଳା

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଡାଲମିଆ ସିମେଣ୍ଟ ତାହାର ଗୁଣବତ୍ତା ଓ ସ୍ଥାୟିତ୍ଵ କୁ ନେଇ ସାରା ବିଶ୍ବ ତଥା ଭାରତରେ ଏକ ନିଆରା ପରିଚୟ ସୃଷ୍ଟି କରିଛି ।ଦିର୍ଘ ୮୬ ବର୍ଷ ହେଲା ଭାରତରେ ଏହି କମ୍ପାନୀ ସିମେଣ୍ଟ ଉତ୍ପାଦନ କରୁଛି । ଆଧୁନିକ ଯନ୍ତ୍ରପାତି ଅତ୍ୟାଧୁନିକ ବୈଷୟିକ କୌଶଳ ନେଇ ଏହି କମ୍ପାନୀ ର କାରଖାନା ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଉତ୍ପାଦନ କରିବା ସହ ଜନସାଧାରଣଙ୍କ ଗୃହ,ରାସ୍ତା,ନାଳ ,ପାଚେରୀ ନିର୍ମାଣ ପାଇଁ ଆବଶ୍ୟକତା ମେଣ୍ଟାଉଛି, ସରକାରୀ ଓ ବେସରକାରୀ ନିର୍ମାଣର ଆବଶ୍ୟକ ତା ପୂରଣ କରୁଛି। ଏଥିପାଇଁ ସାରା ଭାରତରେ ତାର ସୁନାମ ରହିଛି ।ଏହି ଡାଲମିଆ ସିମେଣ୍ଟ କମ୍ପାନୀ ତରଫରୁ ବୁଧବାର ଦିନ ରାଇରଙ୍ଗପୁର ର ହରେକୃଷ୍ଣ ମହତାବ ଭବନ ପରିସରରେ ଠିକାଦାର, ମିସ୍ତ୍ରୀ, ରାଜମିସ୍ତ୍ରୀ,ଡିଲର, ଇଞ୍ଜିନିୟର ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏରିଆ ସେଲସ ମେନେଜର ଶରତ ସ୍ବାଇଁ,ଜୋନାଲ ଟେକ୍ନିକାଲ ମେନେଜର ରଜନୀକାନ୍ତ ଷଡ଼ଙ୍ଗୀ, ଟେକ୍ନିକାଲ ସେକ୍ସ୍ ଲିଡ ସୂର୍ଯ୍ୟକାନ୍ତ ମିଶ୍ର,ଟେକ୍ନିକାଲ ବିଜିନେସ ଡେଭେଲପମେଣ୍ଟ ଅଫିସର ଇଂ ଜିତ ପ୍ରକାଶ ରାଜ,ସମସ୍ତ ବିଭାଗୀୟ ଅଧିକାରୀ,ବିଲ୍ଡର ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।ଅତିଥି ଗଣ ଭାରତ ପ୍ରଷିଦ୍ଧ ଡାଲମିଆ ସିମେଣ୍ଟ କମ୍ପାନୀର ୮୬ ବର୍ଷ ର ଇତିହାସ ଉପରେ ଆଲୋକପାତ କରିଥିଲେ ।ଡାଲମିଆ ସିମେଣ୍ଟ କମ୍ପାନୀ ଲୋକଙ୍କ ଚାହିଦା,ସିମେଣ୍ଟ ଗୁଣବତ୍ତା, କାରଖାନାକୁ ଆଧୁନିକକରଣ,ପରିବେଶ ଉପରେ ଗୁରୁତ୍ବ, କର୍ମଚାରୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଉପରେ ଗୁରୁତ୍ବ ଦିଆ ଯାଉଥିବା କଥା କହିଥିଲେ । ଆଗକୁ ମଧ୍ୟ ସିମେଣ୍ଟ ପ୍ଲାଣ୍ଟ କୁ ଜିରୋ କାର୍ବନ ରେ ପରିଣତ କରିବାକୁ ଚେଷ୍ଟା କରିବ ବୋଲି କହିଥିଲେ । ଡାଲମିଆ ସିମେଣ୍ଟ ଅଧିକାରୀ କହିଥିଲେ କି ଯେ କୌଣସି ନିର୍ମାଣରେ ଯେତିକି ସିମେଣ୍ଟ ଓ ରଡ଼ ଆବଶ୍ୟକ ସେତିକି ବ୍ୟବହାର କରିବା ଉଚିତ ଅଯଥା ଖର୍ଚ୍ଚାନ୍ତ ହୋଇ କିଛି ଲାଭ ନାହିଁ ।ଡାଲମିଆ ସିମେଣ୍ଟ ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ଡିଲର ବିକାଶ ଭୁତ ଯେବେଠାରୁ ଡାଲମିଆ ସିମେଣ୍ଟ ଡିଲରସିପ ନେଲେଣି ସେବେଠାରୁ ସେ କେବେହେଲେ ପଛକୁ ଅନାଇ ନାହାନ୍ତି । ଡାଲମିଆ ସିମେଣ୍ଟ ସେମାନଙ୍କୁ ବହୁ କିଛି ସୁବିଧା ଦେଉଛି ।ସଠିକ ସମୟରେ ସିମେଣ୍ଟ ଯୋଗାଇବା,ଗୁଣାଵତ୍ତା ଵଜାୟ‌ ରଖିବା , ମିସ୍ତ୍ରୀ ମାନଙ୍କୁ ଆବଶ୍ୟକୀୟ ସମୟ ସମୟ ନେଇ ପ୍ରଶିକ୍ଷଣ କରାଇବା ଉପରେ ଗୁରୁତ୍ବ ଦେଇଥିଲେ ।ତଦସହ ମିସ୍ତ୍ରୀ ମାନେ ଡାଲମିଆ ସିମେଣ୍ଟର ବଜାରର ଆବଶ୍ୟକତା ଏବଂ ଵଜାରରେ ଲୋକଙ୍କର ଡାଲମିଆ ସିମେଣ୍ଟ ଚାହିଦା ଅଧିକ ବୋଲି କହିଥିଲେ ।ଡିଲର, ଶତାଧିକ ମିସ୍ତ୍ରୀ ପ୍ରମୁଖ ଯୋଗଦେଇ ଡାଲମିଆ ସିମେଣ୍ଟ କମ୍ପାନୀର ଅଧିକାରୀମାନଙ୍କ ଠାରୁ ବହୁମୂଲ୍ୟ କଥା ଶୁଣିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ