ହଷ୍ଟେଲ ପରିଚାଳନାରେ ଅବ୍ୟବସ୍ଥା ନେଇ ଅନୁଧ୍ୟାନ କଲେ ଜିଲ୍ଲା ଶିକ୍ଷାଧିକାରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗୁରାଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟକୁ ଗଜପତି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କ ପରିଦର୍ଶନ ସମୟରେ ବିଦ୍ୟାଳୟର ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ପରିବେଷଣ ନେଇ ଗ୍ରାମ ବାସୀ ଅଭିଯୋଗ କରିଥିଲେ. ହଷ୍ଟେଲର ଖାଦ୍ୟ ତାଲିକା ବାହାରେ ଅତି ନିମ୍ନମାନର ଖାଦ୍ୟ ଯଥା ପାମୋଅଇଲ ମିଶ୍ରିତ ଖାଦ୍ୟ ଦିଆ ଯାଉଥିବା ଅଭିଯୋଗ ହୋଇଛି। ଉକ୍ତ ହଷ୍ଟେଲର ଖାଦ୍ୟ ପରିଚାଳନା ଦାୟିତ୍ଵ ଏକ ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀକୁ ଦିଆ ଯାଇଛି, ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧ୍ୟ ଖାଦ୍ୟର ମାନର ତଦାରଖରେ ମନମାନି ଆଚରଣକରୁଥିବା ଅଭିଯୋଗରେ ଦର୍ଶାଯାଇଛି। ଏବଂ ବିଦ୍ୟାଳୟର ବଗିଚା ଏବଂ ସୈନ୍ଦର୍ଯକରଣରେ ଅବହେଳା କରି ବଗିଚାର ଘାସ ଏବଂ ଗଛ ଗୁଡ଼ିକ ଜଳ ଅଭାବରୁ ଶୁଖି ମରିବାକୁ ବସିଲାଣି।
ଉକ୍ତ ବିଷୟକୁ କ୍ଷେତ୍ର ପରିଦର୍ଶନ କରି DEO କ୍ଷୋଭ ପ୍ରକାଶ କରି ଅବହେଳା କରିଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ହଷ୍ଟେଲ ନିକଟରେ 11kv କରେଣ୍ଟ ତାର ମଧ୍ୟ ଯାଇଅଛି. ସେହି ତାରକୁ ଦେଖି ଆଗାମୀ ଦିନରେ ଅଘଟଣ ଘଟିପାରେ ବୋଲି କହିଛନ୍ତି ତଣୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ କହିଛନ୍ତି ହୋଷ୍ଟଲ ଗୃହରେ କରେଣ୍ଟ ତାର ମଧ୍ୟ ଝୁଲା ଅବସ୍ଥାରେ ଦେଖୀ ଭଲ କରିବାପାଇଁ ଆଦେଶ ଦେଈଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ