ହସ୍ତତନ୍ତ ପ୍ରଦର୍ଶନୀ ନାଁରେ ହରିଲୁଟ ପାଇଁ ମସୁଧା, ଉଚ୍ଚସ୍ତରୀୟ ତଦନ୍ତ ଦାବି
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ଭାରତସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟର ଆର୍ଥିକ ସହାୟତାରେ କୋଣାର୍କ ସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ୮ଦିନିଆ ହସ୍ତତନ୍ତ ପ୍ରଦର୍ଶନୀ ଲୋକଦେଖାଣିଆ ଓ ଅର୍ଥ ହରିଲୁଟ ପାଇଁ ଉଦ୍ଦିଷ୍ଟ ହୋଇଥିବା କୋଣାର୍କ ଅଂଚଳର ହସ୍ତତନ୍ତ ବେବସାୟୀ ସଂସ୍କୃତି ପ୍ରେମୀ, ପର୍ଯ୍ୟଟନ ପ୍ରେମୀ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ହସ୍ତତନ୍ତ ସାମଗ୍ରୀର ପ୍ରସାର ଓ ହସ୍ତତନ୍ତ ବେବସାୟୀ ମାନଙ୍କୁ ଆର୍ଥିକ ଅଭିବୃଦ୍ଧି କରିବା, ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ନିମନ୍ତେ ହସ୍ତତନ୍ତ ପ୍ରଦର୍ଶନୀ ଆୟୋଜନ କରି ବେବସାୟୀ ମାନଙ୍କୁ ଆତ୍ମନିର୍ଭରଶୀଳ ଉପରେ ଗୁରୁତ୍ଵାରୋପ କରୁଥିବା ବେଳେ ଗତ ୩୦ ତାରିଖ ଠାରୁ କୋଣାର୍କ ସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ଠାରେ କଟକ ଜିଲ୍ଲାର ସନଲାଇନ ସାମାଜିକ ସଂଗଠନ ପକ୍ଷରୁ ଆୟୋଜିତ ହସ୍ତତନ୍ତ ପ୍ରଦର୍ଶନୀ ଲୋକଦେଖାଣିଆ ଓ ଅର୍ଥ ହରିଲୁଟ ସର୍ବସ୍ବ ପାଲଟିଥିବା ଅଞ୍ଚଳର ବୁଦ୍ଧିଜୀବୀ, ସଂସ୍କୃତି ଓ ପର୍ଯ୍ୟଟନ ପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୮ଦିନିଆ ହସ୍ତତନ୍ତ ପ୍ରଦର୍ଶନୀ ନିମନ୍ତେ କୋଣାର୍କ ସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ଠାରେ ୪୭ ଗୋଟି ଷ୍ଟଲ ଗୃହ ଥିବା ବେଳେ ମାତ୍ର ୧୦ ଗୋଟି ଷ୍ଟଲ ପ୍ରଦର୍ଶିତ ହୋଇଥିବା ଦେଖିବାକୁ ମିଳିଛି। ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମ୍ବେଦନଶୀଳ ହସ୍ତତନ୍ତ ପ୍ରଦର୍ଶନୀ ଆୟୋଜନ କରିଥିବା ସାମାଜିକ ସଂଗଠନ ସନଲାଇନ ଏହି ପ୍ରଦର୍ଶନୀ ନିମନ୍ତେ କୌଣସି ପ୍ରଚାର ପ୍ରସାର ନ ହେବା ଯୋଗୁଁ ଯେଉଁ ଲକ୍ଷ୍ୟ ନେଇ ଏହା ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଥିଲା ତାହା ସାଧିତ ହୋଇପାରିନାହିଁବୋଲି ଅଭିଯୋଗ ହୋଇଛି । ପ୍ରଦର୍ଶନୀ ଆୟୋଜନ ନେଇ କୋଣାର୍କ ତଥା ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ସମେତ କୋଣାର୍କ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନେ ଜାଣି ନ ଥିବା କଲିକତା ଅଂଚଳରୁ ଆସିଥିବା ପର୍ଯ୍ୟଟକ ଅନିତା ବନ୍ଦୋପାଧ୍ୟାୟ ପ୍ରକାଶ କରିଛନ୍ତି। ପ୍ରଦର୍ଶନୀ ଜନସାଧାରଣଙ୍କ ଅଗୋଚରରେ କୋଣାର୍କ ଏନଏସି କଲ୍ୟାଣ ମଣ୍ଡପ ଠାରେ ଆୟୋଜନ କରିବା ପଛରେ ସାମାଜିକ ସଂଗଠନ ସନଲାଇନର ଅର୍ଥ ହରିଲୁଟ ଓ ହସ୍ତତନ୍ତ କାରିଗର ମାନଙ୍କ ପେଟକୁ ନାତ ମାରିବ ପାଇଁ ଉଦ୍ଦିଷ୍ଟ ବୋଲି କୋଣାର୍କ ଅଂଚଳର ବୁଦ୍ଧିଜୀବୀ ଓ ପର୍ଯ୍ୟଟନ ପ୍ରେମୀ ମହଲରେ ଉଦବେଗ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମ ୫ଦିନ ଧରି ନାଁ କୁ ମାତ୍ର ହସ୍ତତନ୍ତ କାରିଗର ମାନଙ୍କୁ ନେଇ ସାମିଲ କରି କୌଣସି ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନ କରିବା ପଛରେ ସାମାଜିକ ସଂଗଠନ ସନଲାଇନ ଅନୁଷ୍ଠାନର କି ମନ୍ଦ ଉଦ୍ଦେଶ୍ୟ ଲୁଚିରହିଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଗତ ୨୦୧୯ ମସିହାରେ ଏହିଭଳି କାର୍ଯ୍ୟକ୍ରମ ଅରୂପା ଦ୍ବାରା କୋଣାର୍କ ସ୍ଥିତ ଟୁରିଷ୍ଟ ମାର୍କେଟ ଠାରେ ଆୟୋଜିତ ହୋଇଥିଲା। ଏହି ସଂଗଠନ ପ୍ରଦର୍ଶନ ନିମନ୍ତେ ବେପକ ପ୍ରଚାର ପ୍ରସାର କରିବା ସହ ସଚେତନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମାତ୍ର ଗତ ୩୦ ତାରିଖ ଠାରୁ କୋଣାର୍କ ଏନଏସି କଲ୍ୟାଣ ମଣ୍ଡପ ଠାରେ କଟକ ଜିଲ୍ଲା ସନଲାଇନ ସଂଗଠନ ପକ୍ଷରୁ ଆୟୋଜିତ ହସ୍ତତନ୍ତ ପ୍ରଦର୍ଶନୀ ଲୋକଦେଖାଣିଆ ଓ ଅର୍ଥ ହରିଲୁଟ ପାଇଁ ଉଦ୍ଦିଷ୍ଟ ଥିବା ପାରିପାର୍ଶ୍ବିକ ସ୍ଥିତି, ପ୍ରଦର୍ଶିତ ନାଁ କୁ ମାତ୍ର ଷ୍ଟଲ, ପ୍ରଦର୍ଶନୀ ସମ୍ପର୍କରେ କୌଣସି ପ୍ରଚାର ପ୍ରସାର ନ କରିବା ଏବଂ କୌଣସି ସଚେତନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନ କରିବା ଘଟଣାକୁ ନେଇ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ୮ ଦିନିକିଆ ହସ୍ତତନ୍ତ ପ୍ରଦର୍ଶନୀରେ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପାଣିରେ ପଡିଲା ବୋଲି କୋଣାର୍କ ଅଂଚଳର ବୁଦ୍ଧିଜୀବୀ, ସଂସ୍କୃତି ଓ ପର୍ଯ୍ୟଟନ ପ୍ରେମୀ ମହଲରେ ବିସ୍ମୟ ସୃଷ୍ଟି କରିବା ସହ ଏହି ସମ୍ବେଦନଶୀଳ ଘଟଣା ପ୍ରତି ପୁରୀ ଜିଲ୍ଲାପାଳଙ୍କ ତଦନ୍ତ ପାଇଁ ଦାବି ହେଉଛି ।