ହସ୍ତ ଶିଳ୍ପ ପ୍ରଦର୍ଶନୀ ପାଇଁ ପ୍ରସ୍ତୁତି ବୈଠକ
ଯାଜପୁର: ଯାଜପୁର ଜିଲ୍ଲା ସ୍ତରୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଚ୍ଥି । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ବୈଠକରେ ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଅଧ୍ୟକ୍ଷତା କରିବା ସହ ଏହାକୁ ସରସ ସୁନ୍ଦର ଓ ଶୃଙ୍ଖଳାର ସହ ଆୟୋଜନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆଞ୍ଚଳିକ ଶିଳ୍ପ କେନ୍ଦ୍ର କଳିଙ୍ଗ ନଗରର ସାଧାରଣ ପରିଚାଳକ ମନୋଜ କୁମାର ବେହେରା ବିସ୍ତୃତ ସୂଚନା ଦେଇ ଏହି ମେଳା ଡିସେମ୍ୱର ଶେଷ ସପ୍ତାହରେ ଆୟୋଜନ କରିବାର ପରିକଳ୍ପନା କରାଯାଇଚ୍ଥି ବୋଲି କହିଥିଲେ । ଏହି ପ୍ରଦର୍ଶନୀରେ ଜିଲ୍ଲାର ଓ ଜିଲ୍ଲା ବାହାରର ବିଭିନ୍ନ ହସ୍ତ ଶିଳ୍ପ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ ବ୍ୟବସ୍ଥା କରାଯାଇଚ୍ଥି । ବିସ୍ତୃତ ଆଲୋଚନା ପରେ ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ପ୍ରତ୍ୟେକ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅନୁରୋଧ କରାଗଲା । ବିଦ୍ୟୁତ, ପାନୀୟ ଜଳ, ଅଗ୍ନିଶମ, ସ୍ୱାସ୍ଥ୍ୟ ସେବା, ସୁରକ୍ଷା ବ୍ୟବସ୍ଥା, ଟ୍ରାପିଂକ ବ୍ୟବସ୍ଥା, ପ୍ରଦର୍ଶନୀକୁ ଆସୁଥିବା ବିକ୍ରେତା ମାନଙ୍କ ରହଣି ଓ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ପ୍ରଦର୍ଶନୀ କୁଆଖିଆ ବଜାର ସନ୍ନିକଟ ଅଭିମନ୍ୟୁ ସାମନ୍ତ ସିଂହାର କମ୍ପେ୍ଳକ୍ସ ପରିସରରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ବୈଠକରେ ରସୁଲପୁର ବି.ଡି.ଓ. ଊମାକାନ୍ତ ପରିଡା, ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସହକାରୀ ପରିଚାଳକ ପ୍ରଭାସ ମିଶ୍ର, ଜାତୀୟ ପୁରସ୍କାର ପ୍ରାପ୍ତ କଳା ଶିଳ୍ପୀ ମହେଶ୍ୱର ଓଝା,ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ଡି.ଏସ୍.ଏମ୍.ଏସ୍. ବନଜାକାନ୍ତ ମାହାରି, ଆଇ.ପି.ଓ. ରମାକାନ୍ତ ବେହେରାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।