ହାଇଆଲର୍ଟରେ ଭାରତୀୟ ତଟରକ୍ଷୀ ବାହିନୀ

ନୂଆଦିଲ୍ଲୀ(ଏଜେନ୍ସି): ଶ୍ରୀଲଙ୍କା ବିସ୍ଫୋରଣ ପରେ ଭାରତ ସୀମା ସୁରକ୍ଷାବାହିନୀ ବେଶ୍ ସତର୍କ ହୋଇପଡିଛନ୍ତି । ଆତଙ୍କବାଦୀମାନେ ସମୁଦ୍ର ପଥ ଦେଇ ଭାରତ ମଧ୍ୟରେ ପ୍ରବେଶ କରିବାର ଆଶଙ୍କା ରହିଥିବା ସର୍ମ୍ପକରେ ସୂଚନା ପାଇବାରେ ତଟରକ୍ଷୀ ବାହିନୀ ଏବେ ହାଇଆଲର୍ଟରେ ରହିଛି । ସମୁଦ୍ର ପଥରେ ଆତଙ୍କବାଦୀମାନେ ଭାରତକୁ ଖସି ଆସିବାର ଆଶଙ୍କା ରହିଥିବା ଜଣାପଡ଼ିବା ବେଳେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀଲଙ୍କାରୁ ଏବେ ଜଳପଥରେ ପଳାୟନ କରିବା ଏକମାତ୍ର ବିକଳ୍ପ ବୋଲି ଆତଙ୍କୀ ସଂଗଠନ ଗୁଡ଼ିକ ଜାଣିଛନ୍ତି । ତେଣୁ ସେମାନେ ଭାରତକୁ ଆସିବାକୁ ଲକ୍ଷ୍ୟ ରଖିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି । ଏଭଳି ସୂଚନା ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀକୁ ସତର୍କ ରହିବାକୁ କୁହାଯାଇଛି । ବିଶେଷ କରି ଦକ୍ଷିଣ ଭାଗରେ ଅ ।ସୁଥିବା ଜାହାଜ ଓ ବୋଟ୍ଗୁଡ଼ିକୁ ସର୍ଚ୍ଚ କରିବାକୁ କୁହାଯାଇଛି । ସେହିପରି କୋଚିରେ ଥିବା ନୌସେନା ବେସ୍ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ