ଡ. ତ୍ରିରୁପତିଙ୍କୁ ପାରଳା ଆସନରୁ ବିଧାନସଭାକୁ ପଠାଇବା ପାଇଁ ଆହ୍ୱାନ

ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା) ଡ. ତ୍ରିରୁପତି ପାଣିଗ୍ରାହୀ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି । ସେ ଏକ ଅନୁଷ୍ଠାନ ଅଟନ୍ତି । ଉନ୍ନତି, ବିକାଶ ଏବଂ ସାଧାରଣ ଲୋକଙ୍କ ସେବା ହିଁ ଜାହାରି ମଳୂଲକ୍ଷ୍ୟ ସେ ହେଉଛନ୍ତି ଡ. ତ୍ରିରୁପତି ପାଣିଗ୍ରାହୀ । ପାରଳାଖେମୁଣ୍ଡି ଅଂଚଳର ଉନ୍ନତି ଓ ବିକାଶ ପାଇଁ ତାଙ୍କୁ ପାରଳା ଆସନରୁ ଓଡି଼ଶା ବିଧାନସଭାକୁ ପଠାଇବା ପାଇଁ ରାଉକେଲା ବିଧାୟକ ସାରଦା ପ୍ରସାଦ ନାୟକ ଆହ୍ୱାନ ଦେଇଛନ୍ତି । ହାଇଟେକ କ୍ୟାନସର୍ ହସ୍ପିଟଲର ଭୂମିପୂଜା ଅବସରରେ ବିଧାୟକ ଶ୍ରୀ ନାୟକ ଆହୁରି କହିଛନ୍ତି ଯେ, ସରକାର ଯାହା କରିପାରିଲେନି ତାହା ଏକ ଘରୋଇ ଅନୁଷ୍ଠାନ କାର୍ଯ୍ୟକାରୀ କରିବା ପାଇଁ ଯାଉଛି । ଏହି କ୍ୟାନସର୍ ହସ୍ପିଟଲ ଆରମ୍ଭ ହେଲେ, ଲୋକେ ବିଶେଷ ଭାବେ ଉପକୃତ ହୋଇପାରିବେ । ସମ୍ମାନୀତ ଅତିଥିଭାବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ନ୍ତି ଯୋଗ ଦେଇଥିଲେ । ଡ. ତ୍ରିରୁପତି ପାଣିଗ୍ରାହୀ କହିଥିଲେ, ଆଗାମୀ  ୮ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଜନସାଧାରଣଙ୍କ ସେବାରେ କ୍ୟାନସର ହସ୍ପିଟଲ୍ ଆରମ୍ଭ କରାଯିବ । ମୋର ମାତା ୰ ବିନୋଦିନୀ ଦେବୀଙ୍କ ପରଉପକାରୀ ମନଭାବକୁ ଅନୁସରଣ କରି ତାଙ୍କରୀ ନାମରେ କ୍ୟାନସର୍ ହସ୍ପିଟଲକୁ ଗରିବ ଲୋକଙ୍କ ସେବା ପାଇଁ ଉତ୍ସର୍ଗ କରାଯିବ ।  ଆୟୋଜିତ ଏହି ସମାବେଶରେ ହାଇଟେକ୍ ଇଂ. ରୁପେଶ ପାଣିଗ୍ରାହୀ, ଡ.ରାଜେଶ ପାଣିଗ୍ରାହୀ, ସୁରେଶ ପାଣିଗ୍ରାହୀ, ସନ୍ତୋଷ ପାଣିଗ୍ରାହୀ ଓ ସନ୍ତୋଷ କୁମାର ଚୌଧରୀ ପ୍ରମୁଖ ମଞ୍ଚାସିନ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ