ଚାନ୍ଦପୁର ବୁଢ଼ୀ ଠାକୁରାଣୀ ଯୁବକ ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର
ଚିକିଟି, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଚିକିଟିବ୍ଲକ ଅନ୍ତର୍ଗତ ଚାନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ମା ବୁଢ଼ୀ ଠାକୁରାଣୀ ଯୁବକ ସଙ୍ଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଏହି ସଙ୍ଘର ସଭାପତି ରବିନ୍ଦ୍ର ସାହୁ ରକ୍ତ ଦେଇ କାର୍ୟ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ପରେ ଗ୍ରାମର ସମସ୍ତ ସଦସ୍ୟ ଓ ଆଖ ପାଖ ଅଞ୍ଚଳ ର ଯୁବକ ମାନେ ରକ୍ତଦାନ କରିଥିଲେ। ଏହି କାର୍ୟ୍ୟକ୍ରମ ସନ୍ଧ୍ୟା ୫ ଘଣ୍ଟା ରୁ ଆରମ୍ଭ ହୋଇ ରାତି ୯ ଘଣ୍ଟ ସମୟ ପର୍ୟ୍ୟନ୍ତ ଚାଲୁରହି ମୋଟ ୬୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ର ହରେକୃଷ୍ଣ ସାହୁ,ଲକ୍ଷ୍ମୀ ନୃସିଂହ ମାଝୀ, ଡ଼ମର ବାହାଦୂର କାରକି ,ନାଗ ଭୂଷଣ ପ୍ରଧାନ,ଓ ଦିବାକର ତ୍ରିପାଠୀ ସମସ୍ତେ ଉପସ୍ଥିତ ରହି ସହଯୋଗ କରିଥିଲେ।


