ହାଇୱା ଧକ୍କାରେ ମହିଳା ମୃତ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ନିକଟ ଡୁବୁଲି ଛକ (ନୂଆମାଟିଖାଲ) ଓଡିଆରପି କଲୋନୀ ଠାରେ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ଏକ ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଡି.ପୋଲାମ୍ମା (୨୭) ବୋଲି ଜଣାପଡିଛି । ମୃତ ମହିଳାଙ୍କ ନିହାତି ଗରିବ ଶ୍ରେଣୀର ହୋଇଥିବା ସହ ତିନୋଟି ଛୋଟ ଛୋଟ ସନ୍ତାନ ରହିଛି । ସେମାନଙ୍କ ଲାଳନ ପାଳନ ନିମନ୍ତେ କ୍ଷତିପୂରଣ ବାବଦରେ ଡୁବୁଲି ଛକ ଠାରେ କଣମଣା ସରପଞ୍ଚ ଏସ୍‌.ଚକ୍ରପାଣି ରେଡ୍ଡୀ,ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ୍‌.ଲକ୍ଷ୍ମୀ, ଶ୍ରମିକ ନେତା କେ.ଏଲେୟା, ବି.ସିମାଦ୍ରୀ ଓ ଏ.ଭେଙ୍କଟ , ଯୁବନେତା ବିମଳ କୁମାର ପଣ୍ଡା,ଜି.ଜଗନ୍ନାଥ,ପି.ରାମବାବୁ , କେ.ଦାଶରଥୀ ଓ ଏନ୍‌.ଦୀନବନ୍ଧୁ, ମତ୍ସ୍ୟଜୀବୀ ନେତା ଏମ୍‌.ଗୁମାଲୀ, ବି.ଭୀମସେନ, ଗ୍ରାମ୍ୟ କମିଟିର ଏମ୍‌.ଏରେୟା, ଡି.ମାସିୟାନଙ୍କ ସମେତ ଦୁଇଗ୍ରାମବାସୀ ପ୍ରମୁଖ ଆନ୍ଦୋଳନ କରିଥିଲେ । ଘଟଣା ସ୍ଥଳେ ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧତା, ସାମୁଦ୍ରିକ ଥାନା ଅଧିକାରୀ ଶର୍ମିଷ୍ଟା ପ୍ରଧାନ, ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ୍ କୁମାର ପ୍ରଧାନ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ସୂଚନା ପାଇ ଓଏସ୍‌ଏଲ୍ କମ୍ପାନୀର ଡିଜିଏମ୍ କେ.ହରିନାଥ ଘଟଣା ସ୍ଥଳେ ପହଞ୍ଚି ମୃତ ପରିବାରଙ୍କୁ କ୍ଷତିପୂରଣ ବାବଦରେ ଆଲୋଚନା କରିଥିଲେ । ପୁଲିସ, ପ୍ରଶାସନ, ଗ୍ରାମବାସୀ, ଶ୍ରମିକନେତା ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ଉପସ୍ଥିତିରେ ମୃତକଙ୍କ ପରିବାକୁ କ୍ଷତିପୂରଣ ବାବାଦରେ ଓଏସ୍‌ଏଲ୍ କମ୍ପାନୀ ୧୩ ଲକ୍ଷ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଆଜି ଏକଲକ୍ଷ ଟଙ୍କା ନଗଦ ରାଶି ପ୍ରଦାନ କରାଯାଇଥିଲା । ଆସନ୍ତା ୫ଦିନ ମଧ୍ୟରେ ମୃତକଙ୍କ ସ୍ୱାମୀଙ୍କ ବ୍ୟାଙ୍କ୍ ଜମାଖାତାରେ ବାକି ୧୨ ଲକ୍ଷ ଟଙ୍କା ପୈଠ କରାଯିବ ବୋଲି ଏକ ଚୁକ୍ତିନାମା ପତ୍ରରେ ଦର୍ଶାଯାଇଛି । ଏହାପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ଓହରିଥିଲେ । ପରେ ଏକ ମାମଲା ରୁଜୁକରି ମହିଳାଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିଲା ।ମିଳିଥିବା ସୂଚନାନୁସାରେ, ସାନଆର୍ଯ୍ୟପଲ୍ଲୀ ଗ୍ରାମର ଡି.ବାବାଜୀଙ୍କ ପତ୍ନୀ ଡି.ପୋଲାମ୍ମା ତାଙ୍କର ପୁଅର ଶରୀର ଅସୁସ୍ଥା ହେତୁ ଗୋପାଳପୁର ମେଡିକାଲ କୁ ନିଜର ସଂପର୍କୀୟ ଡି.ଜାଙ୍ଗାଲୀଙ୍କ ସହ ଏକ ବାଇକ୍‌ରେ ଯାଉଥିବା ବେଳେ ଓଏସ୍‌ଏଲ୍ କମ୍ପାନୀର ଓଡି୦୨ଏକେ-୩୬୫୫ ନମ୍ବର ଏକ ହାଇୱା ବାଇକ୍ ପଛକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳେ ଡି.ପୋଲାମ୍ମା ଙ୍କ ମୃତ୍ୟୁ ହୋଇଥିଲା ଏବଂ ଜାଙ୍ଗାଲୀ ଆହାତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତଥିଲା ଦଶମାସର ଛୋଟ ଶିଶୁ ପୁଅ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ