ହାଇୱା ଧକ୍କାରେ ୨ ଯୁବକ ମୃତ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ପଥର ବନ୍ତ ବ୍ଲକ ସୀମାବର୍ତ୍ତୀ ହାଟଡିହୀ ବ୍ଳକ ନନ୍ଦିପଦା ଥାନା ଅଧିନ ବିରଞ୍ôଚପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ପ୍ରକାଶ ଯେ, ୨ ଜଣ ଯୁବକ ଏକ ବାଇକ ଯୋଗେ ଆନନ୍ଦପୁରରୁ ବସନ୍ତିଆ ଆଡକୁ ଆସୁଥିବା ବେଳେ ବିରଞ୍ôଚପୁର ଛକ ଠାରେ ଭଦ୍ରକ ପାଶ୍ୱର୍ରୁ ଆସୁଥିବା ଏକ ଅଜଣା ହାଇୱା ସେମାନଙ୍କୁ ସମ୍ମୁଖରୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୨ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଶବକୁ ଜବତ କରି ଆନନ୍ଦପୁର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଘଟାଇ ଥିବା ହାଇୱାକୁ ପୋଲିସ୍ ଜବତ୍ କରି ଥାନାକୁ ଆଣିଛି । ମୃତକ ୨ ଜଣ ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ସୁଲଗଢିଆ ଗ୍ରାମର ଇନ୍ଦ୍ରମଣି ସେଠୀ ଓ ରବିନ୍ଦ୍ର ପେଡା ବୋଲି ଜଣାଯାଇଛି । ହାଟଡିହୀ ବ୍ଲକ ଚୋରଗଢିଆ ଭଉଣୀ ଘରକୁ ଦ୍ୱିତୀୟା ଓଷା ପାଇଁ ଯାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ