ହାଟଚାଲିଥିବା ବେଳେ ଅଘଟଣ
ଢେଙ୍କାନାଳ ସହର ଅଳସୁଆ ହାଟ ନିକଟରେ ଅଘଟଣ ଏକ ରାଇସ୍ମିଲ୍ର ପାଚେରି ଆଜି ସକାଳେ ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।ମୃତକଙ୍କ ପରିଚୟ ଜଣାପଡ଼ି ନଥିବାବେଳେ ସେମାନେ ସମସ୍ତେ ଉଠାଦୋକାନୀ ବୋଲି ଜଣାପଡ଼ିଛି । ଆହତମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରିରଖିଛନ୍ତି। ଏଥିରେ ସ୍ଥାନୀୟ ଲୋକେ ସେମାନଙ୍କୁ ସାହାଯ୍ୟ କରିଥିଲେ। ପାଚେରି ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଥିବା ଅନେକ ଦୁଇ ଚକିଆ ଗାଡ଼ି ମଧ୍ୟ ନଷ୍ଟ ହୋଇଯାଇଛି। ଆଜି ସକାଳେ ଏଠାରେ ସାପ୍ତାହିକ ହାଟ ପାଇଁ ଗହଳି ଲାଗିଥିବା ବେଳେ ଏ ଘଟଣା ଘଟିଥିଲା। ସାଧାରଣତଃ ଏହି ପାଚେରି ତଳେ ଉଠାଦୋକାନୀମାନେ ବସି ତାଙ୍କର ବେପାର କରିଥାନ୍ତି । ଆଜି ବି ସେମାନେ ବସିଥିବା ବେଳେ ଓ କିଣାବିକା ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା।