ହାଟଡ଼ିହି ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ, ୧୦୮ପ୍ରକଳ୍ପ ପ୍ରଦର୍ଶିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ହାଟଡ଼ିହି ଗୋଷ୍ଠୀ ଶିକ୍ଷା ଅଧିକାରୀ ଓମକାର ଅନ୍ୱେଷ, ନନ୍ଦିପଦା ଥାନା ଆଇ ଆଇ ସି ରବିନ୍ଦ୍ର କୁମାର ପାତ୍ର ଯୋଗଦେଇ ଥିଲାବେଳେ ସମ୍ମାନୀତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ ଓ ହାଟଡ଼ିହି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପରମାନନ୍ଦ ପରିଡ଼ା ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ବିଜ୍ଞାନ ପ୍ରଦର୍ଶନୀ ଉତ୍ସବର ଶୁଭ ଉଦଘାଟନ କରିଥିଲେ। ସିଆରସିସି ଶ୍ରୀକାନ୍ତ ପଟ୍ଟନାୟକ ଅତିଥି ପରିଚୟ କରାଇଥିଲା ବେଳେ ଶିକ୍ଷୟିତ୍ରୀ ମମତାମୟୀ ବିଶ୍ୱକଲ୍ୟାଣୀ ରାଉତ ମଞ୍ଚ ସଞ୍ଚାଳନ କରିଥିଲେ । ପ୍ରଦର୍ଶନୀ ମେଳାରେ ବିଭିନ୍ନ ସ୍କୁଲରୁ ମୋଟ ୧୦୮ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ବିଚାରକ ମଣ୍ଡଳୀ ଭାବେ ବ୍ରଜକିଶୋର ସାହୁ, ସଞ୍ଜୟ କୁମାର ମହାପାତ୍ର, ଶତ୍ରୁଘ୍ନ ସାହୁ, ବିଦ୍ୟାଧର ସାହୁ ପ୍ରମୁଖ ଯୋଗଦେଇ ମାନନିର୍ଣ୍ଣୟ କରି ସେଥିରୁ ୧୦ଟି ପ୍ରକଳ୍ପକୁ ଜିଲ୍ଲା ସ୍ତରକୁ ଚୟନ କରିଥିଲେ। ଉକ୍ତ ୧୦ଜଣଙ୍କ ମଧ୍ୟରେ ହାଟଡ଼ିହି ହାଇସ୍କୁଲରୁ ସ୍ୱସ୍ତିକ ଶୁଭଙ୍କର ସ୍ୱାଇଁ, ଆର.ବି ହାଇସ୍କୁଲ ଷଡ଼ଙ୍ଗରୁ ହୃଦୟରଞ୍ଜନ ଦାସ, ସୋସୋ ପ୍ରାଥମିକ ବିଦ୍ୟାଳୟରୁ ଦେବାଂଶୀ ରାଉତ, ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରୁ ଧୀରେନ୍ କୁମାର ବାରିକ, ସୁନ୍ଦରାପାଳ ଆଦର୍ଶ ସ୍କୁଲରୁ ଶ୍ରୀୟାସ୍ୱୟମାଶ୍ରୀ ବେହେରା, କୀର୍ତ୍ତିମାନ ପରିଡ଼ା, ଆମ୍ବୋ ଗୋପୀନାଥ ଜୀଉ ସ୍କୁଲରୁ ଶୁଭସ୍ମିତା ପରିଡ଼ା, ମୁଗୁପୁର ହାଇସ୍କୁଲରୁ ଜ୍ଞାନେନ୍ଦ୍ର ସାହୁ, ଜମ୍ଭିରା ଆଶାଦେବୀ ହାଇସ୍କୁଲରୁ ସୌମ୍ୟଜିତ ଜେନା, ସଢ଼ା ଅରବିନ୍ଦ ସ୍କୁଲରୁ ସଞ୍ଜୀବ ସାହୁଙ୍କୁ ଚୟନ କରାଯାଇଛି। ଉଦଯାପନୀ ଅବସରରେ ସଭାପତି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓମକାର ଅନ୍ୱେଷ, ମୁଖ୍ୟବକ୍ତା ଭାବେ ସହ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ହାଟଡ଼ିହି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପରମାନନ୍ଦ ପରିଡ଼ା ପ୍ରମୁଖ ଯୋଗଦେଇ ଚୟନ ହୋଇଥିବା କୁନି ବୈଜ୍ଞାନିକଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ମାଧବାନନ୍ଦ ଜେନା, ଶିଶିର କୁମାର ବିଶ୍ବାଳ, ନବଘନ ନାୟକ, ଅନିରୁଦ୍ଧ ସେଠୀ, ମୃତ୍ୟୁଞ୍ଜୟ ପଲେଇ, ଅନିଲ ସିଂ, ସୁଶାନ୍ତ ବେହେରା ପ୍ରମୁଖ ମେଳା ପରିଚାଳନା କରିଥିଲେ। ସିଆରସିସି ସୌଭାଗ୍ୟ ରଞ୍ଜନ ବାରିକ, ଶ୍ରୀକାନ୍ତ ପଟ୍ଟନାୟକ, ପ୍ରଦୀପ ବିଶ୍ୱାଳ, ତପନ କୁମାର ନାୟକ, ସୁମନ୍ତ ନାୟକ, ଗଦାଧର ଜେନା, ପ୍ରଦୀପ ଦେହୁରୀ, ଶ୍ରୀକାନ୍ତ ମିଶ୍ର, ଆଲୋକ ନାଥ, ବୁଦ୍ଧଦେବ ରାଉତ, ଆର୍ତ୍ତତ୍ରାଣ ଜେନା, ବସନ୍ତ ନାୟକ, ଲକ୍ଷ୍ମଣ ମାଝୀ, ସୁଶାନ୍ତ ସ୍ୱାଇଁ, ନିହାର ରଞ୍ଜନ ସ୍ୱାଇଁ, ଜ୍ୟୋତିବ୍ରତ ସ୍ୱାଇଁ, ବଳରାମ ପଣ୍ଡା, ରାଜକିଶୋର ସ୍ୱାଇଁ, ଆଶୁତୋଷ ପହି, କ୍ଷେତ୍ରବାସୀ ମିଶ୍ର, କଲ୍ୟାଣୀ ଜେନା ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିବା ବେଳେ ହାଟଡିହି ହାଇସ୍କୁଲର ଶିକ୍ଷୟିତ୍ରୀ ଅନିତା ବେହେରା, ମାନସୀ ସାହୁ, ତୃପ୍ତିମୟୀ ଜେନା, ନିବେଦିତା ସିଂ, ଲୀଳାବତୀ ଜେନାଙ୍କ ସହ ଶିକ୍ଷକ ମାନସ ନାୟକ, ପ୍ରମୋଦ ବେହେରା, ସରୋଜ ବେହେରା, ଜ୍ୟୋତିପ୍ରକାଶ ବେହେରା, କବିପ୍ରସାଦ ବେହେରା, ତାପସ ନାୟକ, ହରିପଦ ଭଟ୍ଟ, ସାଇସୌମ୍ୟା ରାଉଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ