ହାଟଡିହିରେ ଆନନ୍ଦପୁର ମହୋତ୍ସବ ରଥକୁ ବିପୁଳ ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଆନନ୍ଦପୁର ମହୋତ୍ସବ । ଏଥିପାଇଁ ଉପଖଣ୍ଡବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଉଦଘାଟନ ଉତ୍ସବରେ ସାମିଲ ହେବାପାଇଁ ଆଜି ହାଟଡିହି ବ୍ଲକରୁ ଆନନ୍ଦପୁର ମହୋତ୍ସବ ରଥ ବାହାରି ହାଟଡିହି, ଅଣା, ଛେନାପଦି, ବଞ୍ଚୋଛକ ଆଦି ଦେଇ ଆନନ୍ଦପୁରରେ ପହଞ୍ଚିଛି । ହାଟଡିହି ବ୍ଲକ ପରିସରରେ ଏହି ରଥକୁ ଆଜି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ହାଟଡିହି ବ୍ଲକର ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସିଡିପିଓ ସରସ୍ୱତୀ ସେଠୀ, ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ, ବଞ୍ଚୋ ସରପଞ୍ଚ ପ୍ରଶାନ୍ତ ରାଉତ, ପଞ୍ଚୁଗୋଛିଆ ସରପଞ୍ଚ ଦିନେଶ ସେଠୀ, ଓରାଳି ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ହାବଳେଶ୍ୱର ସରପଞ୍ଚ ରମାକାନ୍ତ ନାୟକ, ଶାସଙ୍ଗ ସରପଞ୍ଚ ମଧୁମିତା ସ୍ୱାଇଁ, ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି, ବସନ୍ତ ପଢ଼ିଆରୀ, ପିତବାସ ଜେନା, ସୁଧାଶୁଂ ବିଶ୍ୱାଳ, ବିଜୟ ମହାପାତ୍ର, ସମିତିସଭ୍ୟ ତାରିଣୀ ସେନାପତି, କୈଳାଶ ରାଉତଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଏବଂ ବ୍ଲକର ସମସ୍ତ କର୍ମଚାରୀମାନେ ଯୋଗଦେଇ ଏହି ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ନୁଆରମ୍ପାସ ଗ୍ରାମର ଛାତ୍ରୀ ଆଦ୍ୟାଶା ବାରିକଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିବାବେଳେ ମୟୁରଭଞ୍ଜ ଜିଲ୍ଲାରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ତମସା ନୃତ୍ୟ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ