ସାନ ଆମ୍ବଗଡିଆ ଗ୍ରାମରେ ଶନିଶ୍ଚର ମନ୍ଦିର ପ୍ରତିଷ୍ଠା ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତର ସାନ ଆମ୍ବଗଡିଆ ଗ୍ରାମରେ ଗ୍ରହରାଜ ଶନିଶ୍ଚର ଦେବଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ୪ଦିନ ଧରି ଚାଲିଥିବା ଏହି ପ୍ରତିଷ୍ଠା ଉତ୍ସବରେ ଗାଁ ତଥା ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧଳୁ ଯୋଗଦେଇ ôତବା ଦେଖିବାକୁ ମିଳିଛି । ଗତ ୮ତାରିଖ ଦିନ ଅଙ୍କୁରାରୋପଣ କରାଯିବା ସହିତ ଧାନ୍ୟାଦିବାସ କରାଯାିଥିଲା । ୯ତାରିଖ ସକାଳେ ଜଳାଧିବାସ କରାଯିବା ପରେ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ସହିତ କଳଶ ଗୁଡିକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯିବା ସହିତ ହୋମଯଜ୍ଞ ଆରମ୍ଭ ହୋଇଛି । ଆଜି ମନ୍ଦିର ପ୍ରତିଷ୍ଠା ସହିତ ବିଗ୍ରହ ନ୍ୟାଶ କରାଯିବାପରେ ଅପରାହ୍ନରେ ବିଗ୍ରହ ପ୍ରବେଶ କରାଯାଇଛି । ଆସନ୍ତାକାଲି ମନ୍ଦିରରେ ଶନିଶ୍ଚରଙ୍କ ପୂଜାର୍ଚ୍ଚନା କରାଯିବା ସହିତ ଉପଚାର ପୂଜା ଓ ପୁର୍ଣ୍ଣାହୁତୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସମଗ୍ର ଗ୍ରାମଟି ଉତ୍ସବ ମୁଖର ହୋଇ ଉଠିଛି । ବିଦ୍ୟାଧର ରାଉତ ଓ ଚିନ୍ମୟୀ ରାଉତ ମନ୍ଦିର ନିର୍ମାଣ କରିବା ସହିତ ମୁଖ୍ୟକର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ଦେବବ୍ରତ ରାଉତ, ପ୍ରୀୟବ୍ରତ ରାଉତ, ସତ୍ୟବ୍ରତ ରାଉତ, ପ୍ରଦ୍ୟୁମ୍ନ ରାଉତ, ଚଣ୍ଡୀ ପ୍ରସାଦ ରାଉତ, ପଦ୍ମଲୋଚନ ରାଉତ, ପ୍ରଶାନ୍ତ ରାଉତ, ଜଚିନ୍ଦ୍ର ମଲ୍ଲିକ, ସୁଧାଶୁଂ ମଲ୍ଲିକ, ବନୋଜ ମିଶ୍ର, ଶ୍ରୀବତ୍ସ ଧିର, ରଙ୍କନାଥ ସାମଲ, ପୁର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ସହକର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ପଣ୍ଡିତ ସୁରେନ୍ଦ୍ର ଦାଶ, ଦାମୋଦର ରଥଶର୍ମା, ଶାନ୍ତନୁ ମିଶ୍ର, ଜଗନ୍ନାଥ ଦାଶ, କାଠିଆ ପଣ୍ଡା ପ୍ରମୁଖଙ୍କ ବେଦମନ୍ତ୍ରରେ ଏହି ପ୍ରତିଷ୍ଠା କାର୍ଯ୍ୟ ଚାଲୁ ରହିଛି । ପ୍ରତିଦିନ ସନ୍ଧ୍ୟାରେ ନାମସଙ୍କିର୍ତ୍ତନ ଓ ଭଜନ ସମାରୋହ ଅନୁଷ୍ଠିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ