ହାଟଡିହିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ବିଡିଓ ସୁଶାନ୍ତ କୁମାର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶୁଣାଣିରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝୀ, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆଶୋକ କୁମାର ରାଜ, ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର, ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୁର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା କୃଷି ନିର୍ଦ୍ଦେଶକ ଚିତ୍ତରଞ୍ଜନ ସାହୁ, ଜିଲ୍ଲା ମତ୍ସ୍ୟଅଧିକାରୀ ମନୋରମା ମହାପାତ୍ର, ଏସଡିପିଓ ବିଦ୍ୟୁତ ପଣ୍ଡା, ଆର.ଡି ବିଭାଗର ନିର୍ବାହୀଯନ୍ତ୍ରୀ ଆଲୋକ ମହାନ୍ତି, ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ମହେଶ୍ୱର ନାୟକ, ଜଳସେଚନ ବିଭାଗର ଉପ ନିର୍ବାହୀଯନ୍ତ୍ରୀ ଉମାକାନ୍ତ ନାୟକ, ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀଯନ୍ତ୍ରୀ ସୁବଳ କୁମାର ପଣ୍ଡାଙ୍କ ସହିତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ଏହି ଶିବିରରେ ମୋଟ ୧୯୫ଟି ଅଭିଯୋଗ ପଡିଥିଲା । ସେଥି ମଧ୍ୟରୁ ୧୩୧ଟି ଜମିଜମା, ସ୍କୁଲ, ଆବାସ ଯୋଜନା ଓ ରାସ୍ତା ସମ୍ବନ୍ଧୀୟ ହୋଇଥିବାବେଳେ ୬୪ଟି ଭତ୍ତା ସମ୍ବନ୍ଧୀୟ ଅଭିଯୋଗ ଆସିଥିଲା । ବ୍ଲକରେ ହାଟଡିହି ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ହାଟଡିହି ଠାରେ କୋର୍ଟ ସ୍ଥାପନ, ହାଟଡିହି ପୋଡାସିଙ୍ଗିଡି ରାସ୍ତା ନିର୍ମାଣରେ ମନ୍ଥରତା ଆଦିନେଇ ହାଟଡିହି ବିକାଶ ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଥିଲା । ସେହିପରି ଦଲକି ସ୍କୁଲ ସମ୍ପର୍କରେ ଦୁଇ ଗୋଷ୍ଠୀ ପକ୍ଷରୁ ପୃଥକ ପୃଥକ ଅଭିଯୋଗ ହୋଇଥିଲା । କନିଷ୍ଠ ଯନ୍ତ୍ରୀ ରତିକାନ୍ତ ଲେଙ୍କା, ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ଜେନା, କୋଦଣ୍ଡଧର ପଣ୍ଡା, ନରହରି ନାୟକ, ମହେଶ୍ୱର ନାୟକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ