ହାଟଡିହିର ବିଭିନ୍ନ ଅଞ୍ଚଳରେ ମହାଶିବରାତ୍ରୀ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ ) : ବିଭିନ୍ନ ଅଞ୍ଚଳରେ ମହା ଶିବରାତ୍ରୀ ପାଳିତ ହୋଇଯାଇଛି । ଆଜି ଭୋର ସମୟରୁ ଏଥିପାଇଁ ସମସ୍ତ ମନ୍ଦିର ମାନଙ୍କରେ ସ୍ୱତନ୍ତ୍ର ରିତୀନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଇ ଥିବାବେଳେ ଶ୍ରଦ୍ଧାଳୁ ମାନେ ମନ୍ଦିରରେ ଦ୍ୱୀପଜାଳି ମାନସିକ ପୁରଣ ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ଶାସଙ୍ଗ ଶିଖରେଶ୍ୱର ମନ୍ଦିର, ବଞ୍ଚୋର ବଟେଶ୍ୱର ମନ୍ଦିର, ସଢ଼ାର ବୈଦ୍ୟନାଥ ମନ୍ଦିର, ହାଟଡିହିର ହଟକେଶ୍ୱର ମନ୍ଦିର, ଛେନାପଦିଛକର ବିଶେଶ୍ୱର ମହାଦେବ ମନ୍ଦିର, କୁଣ୍ଡିସାହିର କପିଳେଶ୍ୱର ମନ୍ଦିର, ଛେନାପଦିର ବନେଶ୍ୱର ମନ୍ଦିର, ଜଳକଳଙ୍ଗର ଜଳେଶ୍ୱର ମନ୍ଦିର, ହାବଳେଶ୍ୱର ମହାଦେବ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଥିଲା । ମନ୍ଦିର ପରିଚାଳନା କମିଟି ଗୁଡିକ ସରକାରଙ୍କ କୋଭିଡ କଟକଣା କୁ ମାନି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଢ଼ା ବୈଦ୍ୟନାଥ ମନ୍ଦିରରେ ସକାଳୁ ପ୍ରଭୂଙ୍କର ରିତିକାନ୍ତୀ ସରିବାପରେ ପହଡ ଖୋଲଯିବାପରେ ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ପୂଜାର୍ଚ୍ଚନା କରିଥିଲେ । ରବିନ୍ଦ୍ର ପଣ୍ଡା, ଚନ୍ଦ୍ରଶେଖର ପଣ୍ଡା, ରଙ୍ଗାଧର ପଣ୍ଡା, ପୁର୍ଣ୍ଣଚନ୍ଦ୍ର ପଣ୍ଡା, କାର୍ତ୍ତିକ ପଣ୍ଡା, ବଳରାମ ପଣ୍ଡା, ବିଶ୍ୱଜିତ ଦାଶ ପ୍ରମୁଖ ପୁଜାର୍ଚ୍ଚନା କରୁଥିବାବେଳେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ପାଖରେ ଛତାଚଢ଼ାଇ ମନ୍ଦିର ପ୍ରାଙ୍ଗଣରେ ଦ୍ୱୀପଜାଳି ମାନସିକ ବ୍ରତ କରୁଛନ୍ତି । ଉପେନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ଦାଶ, କାର୍ତ୍ତିକ ଦାଶ, ଅଶୋକ ତ୍ରିପାଠୀ, ମଧୁସୁଦନ ଦାଶ, ଜିତେନ୍ଦ୍ର ଦାଶ ମଧୁସୁଦନ ଶନି ବିଗ୍ରହଙ୍କ ଦ୍ୱାରା ହରିହାଟ କାର୍ଯ୍ୟ ଚାଲୁରହିଛି । ଘନଶ୍ୟାମ ବେହେରା, କୃଷ୍ଣ ଚନ୍ଦ୍ର ବେହେରା, ପ୍ରଫୁଲ ବେହେରା ପ୍ରମୁଖ କର୍ତ୍ତା ଭାବେ ସାମିଲ ହୋଇଥିବାବେଳେ ଏଠାରେ ଆଜି ହରିହରଙ୍କ ମିଳନ ହୁଏ ବୋଲି ପ୍ରବାଦ ରହିଛି । ସେହିପରି କୁଣ୍ଡିସାହିର କପିଳେଶ୍ୱର ମନ୍ଦିରରେ ଅହୋରାତ୍ର ନାମସଙ୍କିର୍ତ୍ତନ ଚାଲୁ ରହିଛି । ସେହିପରି ହାଟଡିହି ହଟକେଶ୍ୱର ମନ୍ଦିରରେ ବହୁ ଆଡମ୍ବରପୁର୍ଣ୍ଣ ସହକାରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସେହିପରି ଛେନାପଦିଛକ ବିଶେଶ୍ୱର ମନ୍ଦିରରେ ଆଜି ଦିନ ତମାମ ଭକ୍ତଙ୍କ ଗହଳି ଲାଗି ରହିଥିଲା । ଭକ୍ତମାନେ ମା ତାରିଣୀଙ୍କ ଦର୍ଶନ କରିବା ସହିତ ବିଶେଶ୍ୱର ମହାଦେବଙ୍କ ପାଖରେ ଭୋଗଲାଗି କରିଥିଲେ । ଏହି ଉପଲକ୍ଷେ ମନ୍ଦିର ପରିସରରେ ମହେଶ୍ୱର ସା, ପାର୍ବତୀ ସା, ପ୍ରଫୁଲ ମିଶ୍ର ଓ ନିରୁପମା ମିଶ୍ରଙ୍କ ପୌରହିତ୍ୟରେ ହୋମଯଜ୍ଞ କରାଯିବା ସହିତ ପଣ୍ଡିତ ବାଇଧର ପାଢ଼ୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ଏଠାରେ ରାତି ୯ଟାବେଳେ ମହାଦ୍ୱୀପ ଉଠିବାକୁ ଥିବାବେଳେ ସଢ଼ାରେ ରାତି ସାଢ଼େ ୧୧ଟ।।ରେ, ଶାସଙ୍ଗ ଶିଖରେଶ୍ୱର ମନ୍ଦିରରେ ରାତି ୯ଟାବେଳେ, ହଟକେଶ୍ୱର ମନ୍ଦିରରେ ରାତି ୧୦ଟାରେ ମହାଦ୍ୱୀପ ଉଠିବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ଦିର କମିଟି ସଦସ୍ୟମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ