ହାଟଡିହି ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ, ୬୧ଲିଟର ମହୁଲିମଦ ଜବଦ, ୪ଗିରଫ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ଅବକାରୀ ଥାନା ପକ୍ଷରୁ ନନ୍ଦିପଦା ତାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬୧ଲିଟର ମହୁଲି ମଦ ଜବଦ କରାଯିବା ସହିତ ୪ଜଣଙ୍କୁ ଗିରଫ କରାଯାଇଛି । ସୁଚନାରୁ ଜଣାଯାଇଛି ଯେ ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିଦେ୍ର୍ଦଶକ୍ରମେ ଆଜି ହାଟଡିହି ଥାନା ଅଧିକାରୀ ମାନସ କୁମାର ସାମନ୍ତରାଙ୍କ ନେତୃତ୍ୱରେ କନେଷ୍ଟବଲ ମିଥୁନ ଜେନା, ସମୀର ମିଶ୍ର, ନବେଦୀତା ମାଝୀ ପ୍ରମୁଖ ମରୈଗାଁ ଗ୍ରାମର କାଳନ୍ଦୀ ଜେନା, ଅଁରା ଗ୍ରାମର ଭେଳା ଜେନା, କାର୍ତ୍ତିକେଶ୍ୱର ମଲ୍ଲିକ, ସରଳା ଗ୍ରାମର ମଦନ ଭୋଇଙ୍କ ଘରେ ଚଢ଼ାଉକରି ସେମାନଙ୍କ ଠାରୁ ୬୧ଲିଟର ଦେଶୀ ମହୁଲିମଦ ଜବଦ କରିବା ସହିତ ୪ଜଣ ଯାକ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଅଧିକାରୀ ସୁଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ