ହାଟଡିହି କଲେଜ ଇତିହାସ ବିଭାଗର ସ୍ୱାଗତ ଉତ୍ସବ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି କଲେଜ ଇତିହାସ ‘ସମ୍ମାନ’ ବିଭାଗର ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଯୁକ୍ତ ତିନି ଶେଷବର୍ଷ ଓ ମଧ୍ୟମ ବର୍ଷର ଇତିହାସ (ସମ୍ମାନ)ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଯୁକ୍ତ ତିନି ପ୍ରଥମବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ବିଭାଗର ମୁଖ୍ୟ ଅଧ୍ୟାପକ ରବିନାରାୟଣ ବିଶ୍ୱାଳ, ସହ ଅଧ୍ୟାପକ ରବିନ୍ଦ୍ର ନାଥ ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ କଲେଜର ଅନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ପୁରାତନ ଛାତ୍ରଛାତ୍ରୀ ମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ମିଷ୍ଠାନ୍ନ ଦେଇ ସ୍ୱାଗତ କରିôତଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅନିଭୁତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଅଧ୍ୟକ୍ଷ ଓ ଅଧ୍ୟାପକ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳାହିଁଁ ଛାତ୍ର ଜୀବନ ସଫଳତାର ଅମୋଘ ଅସ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ପ୍ରଧ୍ୟାପକ ଜୀମୁତ ବରୁଣ ଦାଶ, ଚିତ୍ତରଞ୍ଜନ ରାଉତ, ବିଜୟ କୁମାର ରାଉତ, , ହେମନ୍ତ କୁମାର ସାହୁ, ଗୌରାଙ୍ଗ ଚରଣ ନାୟକ, ବୀରଭଦ୍ର ପ୍ରଧାନ, ଚକ୍ରଧର ଦାସ, ଜଳଧର ଦାସ, ବୃନ୍ଦାବନ ଓଝା, ଅଧ୍ୟାପିକା କବିତା ମଞ୍ଜରୀ ସୁବୁଦ୍ଧିରାୟ, ମିନତୀ ବେହୁରିଆ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ନାରାୟଣ ସାହୁ, କମଳାକାନ୍ତ ରାଉତ, ସୁଦୀପ୍ତ କୁମାର ଦାସ, ଅବିନାଶ ବେହେରା, ଅଶୋକ ଦାସ, ଦୀପକ ଜେନା, ସୁରିୟ ସଶ୍ମିତା ଦାସ, ଶୁଭସ୍ମୀତା ସାହୁ , ମୋନାଲିସା ରାଉତ ପ୍ରମୁଖ ଛାତ୍ରଛାତ୍ରୀ ମାନେ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।


