ହାଟଡିହି କଲେଜ ଟପର ହେଲେ ସୁପ୍ରୀୟା ପ୍ରୀୟଦର୍ଶନୀ

ହାଟଡିହି, (ବିକାଶ ବିଶ୍ୱାଳ):ପ୍ରକାଶ ପାଇଛି ଯୁକ୍ତ ଦୁଇ କଳାର ପରୀକ୍ଷାଫଳ । ଏଥିରେ ହାଟଡିହି କଲେଜ ବିଶେଷ ସଫଳତା ଲାଭ କରିଛି । ପ୍ରଥମ ଶ୍ରେଣୀରେ ୩୪ଜଣ କୃତକାର୍ଯ୍ୟ ହୋଇଥିବାେଳେ ଦ୍ୱିତୀୟ ଶ୍ରେଣୀରେ ୩୭ ଓ ତୃତୀୟ ଶ୍ରେଣୀରେ ୧୨୦ଜଣ କୃତକାର୍ଯ୍ୟ ହୋଇଛନ୍ତି । ସୁପ୍ରୀୟା ପ୍ରୀୟଦର୍ଶନୀ ଜେନା ୪୯୭ମାର୍କ ରଖି କଲେଜର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଆଡ ହୁରିଆ ଗ୍ରାମର ନକୁଳ ଜେନା ଓ ଦମୟନୀ ଜେନାଙ୍କ ସୁପୁତ୍ରୀ ଅଟନ୍ତି । ସେହିପରି ଶୁଭସ୍ମୀତା ବେହେରା ୪୯୨ ମାର୍କ ରଖି ଦ୍ୱିତୀୟ ଓ ଦିବ୍ୟ ଦର୍ଶନ ଘୋଷ ୪୭୯ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି । ଛାତ୍ରଛାତ୍ରୀଙ୍କର ଏହି ସଫଳତାରେ କଲେଜର ଅଧ୍ୟକ୍ଷ, ଅଧ୍ୟାପକ ଓ କର୍ମଚାରୀ ମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ବେଳେ ବହୁ ବ୍ୟକ୍ତି ବିଶେଷ ଓ ସଂଗଠନ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ