ହାଟଡିହି ଠାରେ ଆଇନ ମନ୍ତ୍ରୀଙ୍କୁ ସ୍ୱାଗତ କଲେ ବିଜେପି କର୍ମକର୍ତ୍ତା

ହାଟଡିହି, (ବିକାଶ ବିଶ୍ୱାଳ):ଆଇନମନ୍ତ୍ରୀ ପୃଥିରାଜ ହରିଚ଼ନ୍ଦନଙ୍କ କେନ୍ଦୁଝରଗ୍ରସ୍ଥ ଶେଷ କରି ହାଟଡିହି ଦେଇ ଫେରିବା ବାଟରେ ଆଜି ହାଟଡିହି ବିଜେପି କର୍ମକର୍ତା ମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ। ହାଟଡିହି ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ନେତା ରାମଚନ୍ଦ୍ର ସାହୁ, ମଣ୍ଡଳ ସଭାପତି ପ୍ରସାନ୍ତ ମହାପାତ୍ର, ଅନାଦି ସାହୁ, ଟୁକୁନା ମହନ୍ତ, ବଳଭଦ୍ର ବାରିକ, ଶଶିକାନ୍ତ ରାଉତ, ହେମନ୍ତ ମହନ୍ତ, ହରମୋହନ ଶାସିନି, ଜିଲ୍ଲା ଉପ ସଭାପତି ନିରାକାର ଦଲେଇ, ଜିଲ୍ଲା ସମ୍ପାଦକ ତଥା ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତ ସିଂହାର, ବରିଷ୍ଠ ନେତା ସୁଶାନ୍ତ କୁମାର ଜେନା, ଯୁଦ୍ଧିଷ୍ଠିର ମଲ୍ଲିକ, ରାଜେନ୍ଦ୍ର ରାଉତ, ବସନ୍ତ ନାୟକ, ପ୍ରଶାନ୍ତ ସାହୁ, ରବିନ୍ଦ୍ର ବିନ୍ଧାଣି, ପ୍ରଦୀପ ନାୟକ, ହରେକୃଷ୍ଣ ସ୍ବାଇଁ, ଅଭିନ ରାହୁଳ, ଅଶୋକ ଯେନା, ଚନ୍ଦନ ସାହୁ,ଅଧର ନାୟକ, ଛାତ୍ରନେତା ରୁଦ୍ର ପ୍ରସାଦ ଜେନା, ଅବିନାଶ ସେଠି, ସୋମନାଥ ରାଜ ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ। ପରେ କାର୍ଯ୍ୟାଳୟ ପରିସରରେ ମଣ୍ଡଳ ସଭାପତିମାନଙ୍କ ସହ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚ଼ନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ