ହାଟଡିହି ପ୍ରେସକ୍ଲବର ବନ୍ଧୁ ମିଳନ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ପ୍ରେସକ୍ଲବର ଏକ ବନ୍ଧୁ ମିଳନ ଉତ୍ସବ ଓ ସାଧାରଣ ସଭାଣ୍ଡଚଣ୍ଡୀ ପୀଠ ଠାରେ ଅନୁଷ୍ଠିତ ହୋଇଯାିଛି । ଗୋପାଳକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଭିନ୍ନ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୁଲିସ ପକ୍ଷରୁ ଆକ୍ରୋଶ ମୁଳକ ପଦକ୍ଷେପକୁ ନିନ୍ଦା କରିବା ସହିତ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଥିଲା । ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ପେନସନ ପ୍ରଦାନ ନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଏଥିରେ ସମ୍ପାଦକ କିଶୋର ଆଚାର୍ଯ୍ୟ, ସଞ୍ଜିବ ମହାନ୍ତି, ବିଭୁତି ଭୂଷଣ ଜେନା, ବିକାଶ ବିଶ୍ୱାଳ, ଅମୀୟ ବରାଳ, ପାର୍ଥ ସୌରଭ ସା, ମକରଧ୍ୱଜ ଜେନା, କମଳାକାନ୍ତ ଆୟଚ, ଦେବବ୍ରତ ବେହେରା, ମନମୋହନ ନାୟକ, ପଙ୍କଜ କୁମାର ସାବତ, ସତ୍ୟବ୍ରତ ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ