ହାଟଡିହି ବ୍ଲକରେ ନୁତନ ବିଡିଓଙ୍କ ଯୋଗଦାନ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକରେ କାର୍ଯ୍ୟରତ ବିଡିଓ ସୁଶାନ୍ତ କୁମାର ବାରିକଙ୍କ ସୋର ବ୍ଲକକୁ ବଦଳି ହୋଇଯିବାପରେ ନୁତନ ବିଡିଓ ଭାବେ ଜୟଦେବ ଦାସ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି । ସେ ପୁର୍ବରୁ ତୁମୁଡିବନ୍ଧର ବିଡିଓ ଭାବେ କାର୍ଯ୍ୟକରୁଥିଲେ । ଆଜି ଦିନ ୧୧ଟାବେଳେ ନୁତନ ବିଡିଓ ଶ୍ରୀ ଦାସ ହାଟଡିହି ବ୍ଲକରେ ପହଞ୍ଚିବାପରେ ବ୍ଲକ ପକ୍ଷରୁ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ବିଡିଓ ସୁଶାନ୍ତ ବାରିକ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ନୁତନ ବିଡିଓ ଶ୍ରୀ ଦାସ ଏଠାରେ କାର୍ଯ୍ୟରେ ଯୋଗ ଦେବାପରେ ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନା ଗୁଡିକର ସଫଳ ରଚପାୟନ ଦିଗରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ବିଶେଷକରି ରାଜ୍ୟ ସରକାରଙ୍କ ‘ମୋ ସରକାର ଯୋଜନା’ରେ ଆବାସ ଯୋଜନାକୁ ପ୍ରାଥମିକତା ଦେଉଥିବାରୁ ଆମେ ଏହା ଉପରେ ପ୍ରାଧାନ୍ୟ ଦେବୁ ବୋଲି ସେ କହିଛନ୍ତି । ଜିଲ୍ଲାର ଏହା ଏକ ବଡ ବ୍ଲକ ହୋଇଥିବାବେଳେ ଏଠାରେ କର୍ମଚାରୀ ଅଭାବ ଏକ ପ୍ରମୁଖ ସମସ୍ୟା ଅଛି ଓ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଏହାକୁ ସୁଧାରିବା ଦିଗରେ ଚେଷ୍ଟା କରିବି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ