ପିଆଜ ଦର କମିବ

ନୂଆ ବର୍ଷ ଠାରୁ କମିବ ପିଆଜ ଦର । ଦୀର୍ଘ ଦିନ ଧରି ପିଆଜ ଦର ଆକାଶ ଛୁଆଁ ରହିଥିବା ବେଳେ ସାଧାରଣ ଖାଉଟି ଠାରୁ ଆରମ୍ଭ କରି ବଡ ବଡିଆ ଙ୍କ ମନରେ ଚଡକା ପଡିଥିଲା । ନିତ୍ୟ ବ୍ୟବହାର୍ଯ୍ୟ ଆଳୁ ଭଳି ପିଆଜ ମଧ୍ୟ ଦରକାରୀ । ଯେଉଁ ଗ୍ରାହକ ମାନେ ପିଆଜ କିଲୋ ,ଦୁଇକିଲୋ ନେଉଥିଲେ ସେମାନେ ପାଉଡି , ନେବାକୁ ବାଧ୍ୟ ହେଉଛନ୍ତି । ଅନ୍ୟ ପଟେ ବ୍ୟବସାୟୀ ମାନେ ପିଆଜ ବଜାରକୁ ଆସୁନଥିବାରୁ ପିଆଜ ଦର ଆକାଶ ଛୁଆଁରେ କିଣି ସ୍ୱଳ୍ପ ଲାଭ ରଖି ବ୍ୟବସାୟ କରିବାକୁ ପଡୁଛି ବୋଲି ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି । ଅନ୍ୟ ପଟେ ପିଆଜ ଦର ବୃଦ୍ଧି ପାଇ ୧୨୦ ଟଙ୍କା ଠାରୁ ୧୫୦ ଟଙ୍କାରେ ପହଞ୍ଚିଲାଣି । ପିଆଜ ଦର କମିକ ବୋଲି ସରକାରୀ ତରଫରୁ କୁହାଯାଉଥିବା ବେଳେ କେବେ ପ୍ରକୃତରେ ପିଆଜ ଦର କେବେ କମୁଛି ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ