ହାଟଡିହି ବ୍ଲକରେ ବିଜେଡ଼ି ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ବିଧାୟକ ଅଭିମନୁ ମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଛେନାପଦି ଛକ ଠାରେ ଅନୁଷ୍ଠିତ ଏହି ବୈଠକରେ ବିଜେଡିର ସବୁ ବର୍ଗର କର୍ମୀ ମାନେ ସାମିଲ ହୋଇଥିଲେ। ଆସନ୍ତା ଅକ୍ଟୋବର ୨୩ତାରିଖରେ ହାଟଡିହି ରୁ ଛେନାପଦି ପର୍ଯ୍ୟନ୍ତ ଏହି ପଦଯାତ୍ରା ହେବାକୁ ଧାର୍ଯ୍ୟ ହୋଇଥଲା। ଏଥିରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ଯକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ତଥା ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତି ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ, ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଓଝା, ପ୍ରତାପ ଦେଓ, ବିଜୟ ରାଉତ, ବିକ୍ରମ ବିଶ୍ଵାଳ, ରବିନ୍ଦ୍ର କୁମାର ନାୟକ, ସୁରେନ୍ଦ୍ର ଜେନା, ବିଶ୍ୱନାଥ ନାୟକ, ବୀରେନ୍ଦ୍ର ବିଶ୍ଵାଳ, ବିଶ୍ଵନାଥ ନାୟକ, ବୈଦ୍ୟନାଥ ସାମଲ, ଗୋପାଳ ନାୟକ, ସରପଞ୍ଚ ଦିନେଶ କୁମାର ସେଠୀ, ରବିନ୍ଦ୍ର କୁମାର ଜେନା, ଜଗବନ୍ଧୁ କାଣ୍ଡି, ରଞ୍ଜନ ପହି, ଚଣ୍ଡୀ ପ୍ରସାଦ ରାଉତଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ